www.samajalive.in
Saturday, December 6, 2025
16.1 C
Bhubaneswar

ମୋବିଷ୍ଟାରର ଓଡ଼ିଶା ବଜାର ପ୍ରବେଶ ; ନୂଆ ସେଲଫି ସ୍ମାର୍ଟଫୋନ୍‍ ଶୃଙ୍ଖଳାର ଶୁଭାରମ୍ଭ

ଭୁବନେଶ୍ୱର : ଅନ୍ତର୍ଜାତୀୟ ସ୍ମାର୍ଟଫୋନ୍‍ ବ୍ରାଣ୍ଡ ମୋବିଷ୍ଟାର ଓଡ଼ିଶାର ଅଫ୍‍ଲାଇନ୍‍ ବଜାରରେ ଏହାର ୫ଟି ସେଲଫି କେନ୍ଦ୍ରିତ ସ୍ମାର୍ଟଫୋନର ବଜାର ପ୍ରବେଶ କରାଇଛି। ମୋବିଷ୍ଟାରର ନୂଆ ରେଞ୍ଜ ମଧ୍ୟରେ ସି୧ ଲାଇଟ୍‍, ସି୧, ସି୨, ଇ୧ ସେଲଫି ଏବଂ ଏକ୍ସ୧ ଡୁଆଲ୍‍ ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହାର କାର୍ଯ୍ୟଧାରା ଆରମ୍ଭ କରିବାକୁ ଯାଇ ତଥା ଅଫ୍‍ଲାଇନ ବଜାରରେ ଏକ ଅବିରତ ପ୍ରବେଶ ପାଇଁ ମୋବିଷ୍ଟାର ଓଡ଼ିଶାରେ ୨୧ଟି ବିପଣନ କେନ୍ଦ୍ର ଏବଂ ୧୫୦୦ ରିଟେଲରମାନଙ୍କ ସହ ସହବନ୍ଧିତା କରିବାକୁ ଯାଉଛି। କମ୍ପାନୀ ଆହୁରି ମଧ୍ୟ ୧୦୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ ଏବଂ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ୨୬ଟି ସେବା କେନ୍ଦ୍ର ସ୍ଥାପନା କରିଛି। ମୋବିଷ୍ଟାରର ନୂତନ ଶୃୃଙ୍ଖଳା ଏକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି। ସି୧ ଲାଇଟ୍‍ ମାତ୍ର ୪,୩୪୦ ଟଙ୍କା, ସି୧ ମାତ୍ର ୫,୪୦୦ ଟଙ୍କା, ସି୨ ମାତ୍ର ୬,୩୦୦ ଟଙ୍କା, ଇ୧ ଲାଇଟ୍‍ ସେଲଫି ମାତ୍ର ୮,୪୦୦ ଟଙ୍କା ଏବଂ ଏକ୍ସ ୧ ଡ଼ୁଆଲ ମାତ୍ର ୧୦,୫୦୦ ଟଙ୍କାରେ ଉପଲବ୍ଧ। ଏହାର ଶୁଭାରମ୍ଭ ଅବସରରେ ମୋବିଷ୍ଟାର ଇଣ୍ଡିଆ ଏବଂ ଗ୍ଲୋବାଲ୍‍ର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ କାର୍ଲ ନୋ କହିଛନ୍ତି ଯେ, ସ୍ମାର୍ଟଫୋନ୍‍ କ୍ଷେତ୍ରରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବା ଦୃଷ୍ଟିରୁ ମୋବିଷ୍ଟାର ଏଠାରେ ସ୍ମାର୍ଟଫୋନ୍‍ର ବଜାର ପ୍ରବେଶ କରାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories