www.samajalive.in
Wednesday, December 10, 2025
23.1 C
Bhubaneswar

ପ୍ରତି ମୋବାଲଇ ହ୍ୟାଣ୍ଡସେଟ୍‌ରେ ଇନଷ୍ଟଲ ହେବ ‘ସଞ୍ଚାର ସାଥୀ ଆପ୍‌’

ନୂଆଦିଲ୍ଲୀ: ବଜାରକୁ ବିକ୍ରି ପାଇଁ ଆସୁଥିବା ପ୍ରତିଟି ମୋବାଇଲ୍ ହ୍ୟାଣ୍ଡସେଟ୍‌ରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍ କରିବା ଲାଗି କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ (ଡିଓଟି) ସମସ୍ତ ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାଣକାରୀ କମ୍ପାନୀଙ୍କୁ ନିର୍ଦେଶ ଦେଇଛି। ଭାରତର ନାଗରିକଙ୍କୁ ନକଲି ମୋବାଇଲ ହ୍ୟାଣ୍ଡସେଟ୍‌ କିଣିବାରୁ ଦୂରେଇ ରଖିବା ଲାଗି ସରକାର ଏପରି ପଦକ୍ଷେପ ନେଇଛନ୍ତି। ସଞ୍ଚାର ସାଥୀ ଆପ୍ ହେଉଛି ଭାରତର ସରକାରଙ୍କ ଏକ ସାଇବର ସୁରକ୍ଷା ଆପ୍।

ଏହି ଆପ୍ ଡାଉନଲୋଡ ବା ଇନଷ୍ଟଲ୍ ଦ୍ବାରା କୌଣସି ମୋବାଇଲ୍ ହ୍ୟାଣ୍ଡସେଟ୍‌ରେ ନକଲି ସିମ୍‌ କାର୍ଡର ଉପଯୋଗ କରାଯାଇପାରିବ ନାହିଁ। ଏହା ସହିତ ମୋବାଇଲ୍ ହ୍ୟାଣ୍ଡସେଟ୍ ଅସଲି ଓ ନକଲିକୁ ଚିହ୍ନଟ କରାଯାଇପାରିବ। ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଗଲେ ଏହାକୁ ଠାବ କରାଯାଇପାରିବ।

- Advertisement -

ମୋବାଇଲର କୌଣସି ଦୁରୁପଯୋଗ ହେଲେ ଏହାର ସୂଚନା ମିଳିପାରିବ। ତେଣୁ ଭାରତରେ ବିକ୍ରି ହେବାକୁ ଥିବା ମୋବାଇଲ ହ୍ୟାଣ୍ଡସେଟ୍‌ରେ ଏହି ଆପକୁ କମ୍ପାନୀଗୁଡିକ ଆଗୁଆ ଇନଷ୍ଟଲ୍ କରିବାକୁ ବାଧ୍ୟ। ଏପରି କି ଏହି ଆପ୍‌କୁ ଏପରି ଇନଷ୍ଟଲ୍ କରାଯିବ ଯେପରି ଏହାକୁ ଡିଲିଟ୍ କିମ୍ବା ଅନଇନଷ୍ଟଲ୍ କରିବାର ସୁବିଧା ଉପଭୋକ୍ତଙ୍କ ପାଖରେ ନଥିବ। ଭାରତରେ ମୋବାଇଲ୍ ହ୍ୟାଣ୍ଡସେଟ୍ ବିକ୍ରି କରୁଥିବା କମ୍ପାନୀଗୁଡିକ ଏହି ନିର୍ଦେଶକୁ ୯୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories