www.samajalive.in
Friday, December 5, 2025
23.1 C
Bhubaneswar

‘ଡିଟୱା’: ତାମିଲନାଡୁରେ ପ୍ରବଳ ବର୍ଷା, ଜୀବନଯାତ୍ରା ବ୍ୟାହତ

ଚେନ୍ନଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଡିଟୱା’ ଦୁର୍ବଳ ହେବା ପୂର୍ବକ ସୋମବାର ଗଭୀର ଅବପାତର ରୂପ ନେଇଛି। ଡିଟୱା ଦୁର୍ବଳ ହେବା ସତ୍ତ୍ବେ ଏହାର ପ୍ରଭାବରେ ସୋମବାର ତାମିଲନାଡୁର ପ୍ରବଳ ବର୍ଷା ହୋଇଛି। ବିଶେଷକରି କାଞ୍ଚିପୁରମ୍, ତିରୁଭାଲୁର, ଚେନ୍ନଇ ଓ ଚେଙ୍ଗଲାପାଟୁରେ ହୋଇଥିବା ବର୍ଷା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଏପରି କି ରବିବାର ତୁଳନାରେ ସୋମବାର ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷା ପାଣିପାଗର ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ଚେନ୍ନଇରେ ୬୦୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉତ୍ତର ଚେନ୍ନଇରେ ୧୨୯୦ ମିମି ବର୍ଷା ହୋଇଛି।

ବର୍ଷା ଯୋଗୁଁ ଚେନ୍ନଇ ସହର ସମେତ ଏହାର ଉପକଣ୍ଠ ଅଞ୍ଚଳ ୬ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲା। ସୋମବାର ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବାରୁ ସ୍କୁଲ ଓ ଅଫିସ ଯିବାକୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଚେନ୍ନଇ, ତିରୁଭାଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପାଟ୍ଟୁ ଜିଲାରେ ସମସ୍ତ ସ୍କୁଲ ଓ କଲେଜକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ ‘ଡିଟୱା’ ପ୍ରଭାବରେ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବର୍ଷାକୁ ଦୃଷ୍ଟିରେ ରଖି ଆନ୍ନା ବିଶ୍ବବିଦ୍ୟାଳୟ ଓ ମାଡ୍ରାସ ବିଶ୍ବବିଦ୍ୟାଳୟ ଏହାର ପରୀକ୍ଷା ସବୁକୁ ସ୍ଥଗିତ ରଖିଛନ୍ତି।

- Advertisement -

ଗ୍ରେଟର ଚେନ୍ନଇ କର୍ପୋରେସନ (ଜିସିସି) ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ଲାଗି ୨୦୦ ବୋଟ୍ ମୁତୟନ କରିଛି। ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଆକଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଗଭୀର ଅବପାତରେ ପରିଣତ ହୋଇଥିବା ‘ଡିଟୱା’ ଏବେ ଚେନ୍ନଇର ପୂର୍ବକୁ ୫୦କିମି ଦୂରରେ ରହିଛି। ମଙ୍ଗଳବାର ଏହା ଅବପାତରେ ପରିଣିତ ହେବ। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରିର କେତେକ ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି ଆଇଏମଡି କହିଛି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories