www.samajalive.in
Friday, December 5, 2025
23.1 C
Bhubaneswar

ଛାତ୍ରାବାସରୁ ନିଖୋଜ ୨୦ ଛାତ୍ର ଜଙ୍ଗଲରୁ ଉଦ୍ଧାର

କୋରାପୁଟ: କୋରାପୁଟ ଜିଲା ଲଙ୍କାପୁଟ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ନିଖୋଜ ୨୦ ଛାତ୍ର ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ଛାତ୍ରାବାସ ଠାରୁ ୯ କିମି ଦୂର ଜଙ୍ଗଲରୁ ଏହି ଛାତ୍ରମାନଙ୍କୁ ଅଭିଭାବକ ଉଦ୍ଧାର କରିଛନ୍ତି। ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ମାରପିଟ୍‌ କରିବାରୁ ୨୦ ପିଲା ଛାତ୍ରାବାସରୁ ପଳାଇ ଥିଲେ ବୋଲି ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା କହିଛନ୍ତି। ତେବେ କାରଣ ଭିନ୍ନ ହୋଇଥାଇ ପାରେ ବୋଲି ଅଭିଭାବକମାନେ ସନ୍ଦେହ କରୁଛନ୍ତି।

ଅନ୍ୟପକ୍ଷରେ ଉଦ୍ଧାର ସମସ୍ତ ୨୦ ଛାତ୍ର ସୁସ୍ଥ ଥିବା ବିଡିଓ ଦେବାଶିଷ ଗୌଡ଼ ସୂଚନା ଦେଇଛନ୍ତି। ଲଙ୍କାପୁଟ ଛାତ୍ରାବାସରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ୨୦ ଛାତ୍ର ଗତକାଲିଠାରୁ ନିଖୋଜ ଥିଲେ। ପିଲା ନିଖୋଜ ଥିବା ସୂଚନା ପାଇ ଭୟଭୀତ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି କାନ୍ଦବୋବାଳି କରିଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ଖୋଜିବାରୁ ୯କିମି ଦୂର ପୁଟକେରେଙ୍ଗା ଗ୍ରାମ ନିକଟ ଜଙ୍ଗଲରୁ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ୨୦ ଜଣ ପିଲା ଭୟଭୀତ ଥିଲେ। କେଉଁ କାରଣରୁ ସେମାନେ ଛାତ୍ରାବାସ ଛାଡ଼ିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି।

- Advertisement -

କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି। କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦିନକ ପାଇଁ ଛୁଟିରେ ଯାଇଥିବା ବେଳେ ଛାତ୍ରଙ୍କ ଛାତ୍ରାବାସ ଛାଡ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସଂପୃକ୍ତ ପ୍ରଧାନଶିକ୍ଷୟିତ୍ରୀ ପୂର୍ବରୁ ଉମୁରି ଉଚ୍ଚବିଦ୍ୟାଳୟରେ ଥିବା ସମୟରେ ତାଙ୍କ କାର୍ଯ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ ସହ ବିଦ୍ୟାଳୟରେ ତାଲା ପକାଇ ବଦଳି ଦାବି କରିଥିଲେ। ସେହିଭଳି କିଛି ଘଟଣା ଏହି ଛାତ୍ରଙ୍କ ପ୍ରତି ଘଟିଥିବା ଅଭିଭାବକମାନେ ସନ୍ଦେହ କରୁଛନ୍ତି।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories