www.samajalive.in
Friday, December 5, 2025
23.1 C
Bhubaneswar

ପରିବା ବଜାରରେ ଚଢ଼ଉ: କମିବ ଦର

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲାରେ ଚଢ଼ଉ କରାଯାଇଛି। ରାଜ୍ୟରେ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧି ହେଉଥିବା ଅଭିଯୋଗକୁ ଭିତ୍ତିକରି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ନିର୍ଦେଶକ୍ରମେ ବିଭାଗର କର୍ମଚାରୀମାନେ ରାଜ୍ୟର ପ୍ରମୁଖ ବଜାରରେ ଯାଞ୍ଚ କରିଥିଲେ।

ବିଭାଗ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ରାଜ୍ୟର ଅନେକ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ସ୍ଥାନୀୟ ଋତୁକାଳୀନ ଫସଲ ନଷ୍ଟ ହୋଇଥିଲା। ଚାହିଦା ପାଇଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ତଥା କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଗତ କିଛିଦିନ ରାଜ୍ୟରେ ଦରଦାମ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ମାତ୍ର ବଜାରକୁ ସ୍ଥାନୀୟ ଫସଲର କିଛି ମାତ୍ରାରେ ଆମଦାନୀ ହେଉଥିବାରୁ ବର୍ତ୍ତମାନ ବଜାରରେ ପନିପରିବାର ସାମାନ୍ୟ ଦର ହ୍ରାସ ଘଟୁଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସ୍ଥାନୀୟ ଋତୁକାଳୀନ ଫସଲ ବହୁଳ ମାତ୍ରାରେ ବଜାରକୁ ଆସିବା ସମ୍ଭାବନା ଥିବାରୁ ପନିପରିବା ଦର ହ୍ରାସ ଘଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି ଯୋଗାଣ ଶୃଙ୍ଖଳ ନିରବଚ୍ଛିନ୍ନ ଥିବା ଏବଂ ଉଚିତ ମୂଲ୍ୟରେ ଖାଉଟି ପନିପରିବା ପାଇବା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦିଆଯାଇଛି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories