www.samajalive.in
Sunday, December 14, 2025
16.1 C
Bhubaneswar

ଆକ୍ଟିଭ ସିମ୍‌ ଥିଲେ ଚଳାଇପାରିବେ ହ୍ୱାଟସଆପ୍‌: ନଚେତ . . .

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସରକାର ହ୍ୱାଟ୍ସଆପ୍‌, ଟେଲିଗ୍ରାମ ଏବଂ ସିଗନାଲ ସମେତ ସମସ୍ତ ମେସେଜିଂ ଆପ୍‌ ପାଇଁ ଏକ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ କରିଛନ୍ତି । ୧୨୦ ଦିନ ମଧ୍ୟରେ ଡିଓଟିକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ଯଦି କମ୍ପାନୀଗୁଡିକ ଏହା ପାଳନ କରିବାରେ ବିଫଳ ହୁଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଭାରତରେ କାର୍ଯ୍ୟ କରୁଥିବା ହ୍ୱାଟ୍ସଆପ୍‌, ଟେଲିଗ୍ରାମ୍‌ ଏବଂ ସିଗନାଲ ଭଳି ମେସେଜିଂ ଆପ୍‌ ଅପରେଟରମାନଙ୍କୁ ଏବେ ୧୨୦ ଦିନ ମଧ୍ୟରେ ଦୂରସଂଚାର ବିଭାଗ(ଡିଓଟି)କୁ ସେମାନଙ୍କର କ୍ଲିୟରାନ୍ସ ରିପୋର୍ଟ ଦାଖଲ କରିବାକୁ ପଡିବ ।

ସାଇବର ଠକେଇ ରୋକିବାକୁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା କେହି ନକଲି ବିଦେଶୀ ନମ୍ବର ବ୍ୟବହାର କରି ଠକେଇ କରିବାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାର ଏକ କଡା ନିର୍ଦ୍ଦେଶ ଜାରି କରିଛନ୍ତି ଯେ ହ୍ୱାଟ୍ସଆପ, ସିଗନାଲ ଏବଂ ଟେଲିଗ୍ରାମ ଭଳି ସମସ୍ତ ମେସେଜିଂ ଆପ୍‌ ଏବେ ଆପଣଙ୍କ ଫୋନରେ ଥିବା ଏକ ଆକ୍ଟିଭ ଭାରତୀୟ ସିମ୍‌ କାର୍ଡ ସହିତ ସ୍ଥାୟୀ ଭାବରେ ଲିଙ୍କ୍‌ ହେବ । ଏହାର ଅର୍ଥ ହେଉଛି ଏହି ଆପ୍‌ କେବଳ ୱାଇଫାଇରେ ଚାଲିବ ନାହିଁ, ଫୋନରେ ଏକ ଆକ୍ଟିଭ ସିମ୍‌ କାର୍ଡ ଆବଶ୍ୟକ ହେବ, ନଚେତ ଆପ୍‌ ଖୋଲିବ ନାହିଁ ।

- Advertisement -

ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତରେ ହ୍ୱାଟ୍ସଆପ୍‌, ଟେଲିଗ୍ରାମ ଏବଂ ସିଗନାଲ ଭଳି ମେସେଜିଂ ଆପ୍ସର ସମସ୍ତ ଅପରେଟରଙ୍କୁ ଏବେ ୧୨୦ଦିନ ମଧ୍ୟରେ ଦୂରସଂଚାର ବିଭାଗକୁ ସେମାନଙ୍କର କ୍ଲିୟରାନ୍ସ ରିପୋର୍ଟ ଦେବାକୁ ପଡିବ । ଏହାର ଅର୍ଥ ହେଉଛି ଏହି କମ୍ପାନୀ ଗୁଡିକ ନୂତନ ଆକ୍ଟିଭ ସିମ୍‌ କାର୍ଡ ନିୟମକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରି ଏକ ଲିଖିତ ବିବୃତ୍ତି ପ୍ରଦାନ କରିବେ । ୧୨୦ଦିନ ମଧ୍ୟରେ ରିପୋର୍ଟ ନଦେଲେ କଠୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି । କାରଣ ସରକାର ଆଉ ସାଇବ ଠକେଇ ସହିତ କୌଣସି ବିପଦ ନେବାକୁ ଚାହୁଁନାହାଁନ୍ତି ।

ଫୋନରେ ସିମ୍‌ କାର୍ଡ ଥିଲେ ହିଁ ଆପ୍‌ ଚାଲିବ
ଦୂରସଂଚାର ବିଭାଗ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଯଦି ହ୍ୱାଟ୍ସଆପ୍‌, ଟେଲିଗ୍ରାମ୍‌, ସିଗନାଲ, ସ୍ନାପଚାଟ୍‌, ସେୟାରଚାଟ୍‌, ଜିଓଚାଟ୍‌ ଏବଂ ଜୋଶ୍‌ ଭଳି ଆପ୍‌ ଏହି ନୂତନ ନିୟମ ପାଳନ ନକରନ୍ତି, ତେବେ ସେମାନଙ୍କୁ ଦୂରସଂଚାର ଆଇନ ୨୦୨୩, ସାଇବର ସୁରକ୍ଷା ନିୟମ ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ କଠୋ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବାକୁ ପଡିବ । ଏହି ନିୟମ ଗୁଡିକ ସମଗ୍ର ଭାରତରେ ଲାଗୁ ହେବ ଏବଂ ୟୁର୍ଜରମାନେ ଏହି ଆପ୍‌ ବ୍ୟବହାର କରିବାର ପଦ୍ଧତିରେ ପରିବର୍ତ୍ତନ ଆଣିବ । ଏବେ ଏହି ସମସ୍ତ ମେସେଜିଂ ସେବା କେବଳ ସେତେବେଳେ କାମ କରିବ ଯଦି ଆପଣଙ୍କ ଫୋନରେ ଏକ ଆକ୍ଟିଭ ସିମ୍‌ କାର୍ଟ ଥିବ ।

ଦୂରସଂଚାର ବିଭାଗ କହିଛି ଯେ ଟେଲିକମ୍ ନମ୍ବରର ଅପବ୍ୟବହାର ବନ୍ଦ କରିବା ଏବଂ ସମଗ୍ର ଟେଲିକମ୍ ସିଷ୍ଟମକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ତେଣୁ, ବର୍ତ୍ତମାନ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ମୋବାଇଲ୍ ନମ୍ବର ମାଧ୍ୟମରେ ଉପଭୋକ୍ତାଙ୍କୁ ଚିହ୍ନଟ କରୁଥିବା କିମ୍ବା ସେବା ପ୍ରଦାନ କରୁଥିବା ଯେକୌଣସି ଆପ୍ କେବଳ ସେତେବେଳେ କାମ କରିବ ଯଦି ସେହି ନମ୍ବର ସହିତ ଏକ ଆକ୍ଟିଭ ସିମ୍ ଫୋନ୍‌ରେ ରହିଥିବ। ସେହି ନିର୍ଦ୍ଦିଷ୍ଟ ଆକ୍ଟିଭ ସିମ୍ ବିନା ଆପ୍ ବ୍ୟବହାର କରିବା ଅସମ୍ଭବ ହୋଇଯିବ। ଏହି ନିୟମ ସମସ୍ତ ଆପ୍ କମ୍ପାନୀ ପାଇଁ ପ୍ରଯୁଜ୍ୟ।

ସରକାରଙ୍କ ନୂତନ ନିୟମରେ, ୯୦ ଦିନ ମଧ୍ୟରେ ଦୁଇଟି ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ – ହ୍ୱାଟ୍ସଆପ୍, ଟେଲିଗ୍ରାମ ଭଳି ପ୍ରତ୍ୟେକ ଆପ୍ ଫୋନ୍‌ରେ ସମାନ ନମ୍ବରର ସକ୍ରିୟ ସିମ୍ ସହିତ ନିରନ୍ତର ସଂଯୁକ୍ତ ରହିବ। ଯଦି ସେହି ନିର୍ଦ୍ଦିଷ୍ଟ ସିମ୍ ଫୋନ୍‌ରେ ଭର୍ତି କରାଯାଇ ନାହିଁ କିମ୍ବା ବନ୍ଦ କରିଦିଆଯାଏ, ତେବେ ଆପ୍ ଆଦୌ କାମ କରିବ ନାହିଁ, ମେସେଜ୍ ପଠାଯିବ ନାହିଁ କିମ୍ବା ଗ୍ରହଣ କରାଯିବ ନାହିଁ।

ଦ୍ୱିତୀୟତଃ, ଯଦି ଆପଣ କମ୍ପ୍ୟୁଟର କିମ୍ବା ଲାପଟପରେ ହ୍ୱାଟ୍ସଆପ୍ ୱେବ୍ କିମ୍ବା ଟେଲିଗ୍ରାମ ୱେବ୍ ବ୍ୟବହାର କରନ୍ତି, ତେବେ ଏହା ଏବେ ପ୍ରତି ଛଅ ଘଣ୍ଟାରେ ସ୍ୱୟଂଚାଳିତ ଭାବରେ ଲଗ୍ ଆଉଟ୍ ହୋଇଯିବ। ତା’ପରେ, ଆପଣଙ୍କୁ ଏକ ଛଜ କୋଡ୍ ସ୍କାନ୍ କରି ପୁଣି ଲଗ୍ ଇନ୍ କରିବାକୁ ପଡିବ। ଏହାର ଅର୍ଥ ହେଉଛି ଯଦି କୌଣସି ଠକ ଆପଣଙ୍କ ୱେବ୍ ସେସନ୍ ଚୋରି କରିବାରେ ସଫଳ ହୁଏ, ତେବେ ସେମାନେ ଅଧିକ ସମୟ ପାଇଁ କୌଣସି କ୍ଷତି କରିପାରିବେ ନାହିଁ। ଏହି ନିୟମଗୁଡ଼ିକ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି ଏବଂ ଦୂରସଂଚାର ବିଭାଗ ନିଜେ ସେଗୁଡ଼ିକୁ ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଜାରି ରହିବ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories