ଭଦ୍ରକ : ଭଦ୍ରକ ଜିଲା ପ୍ରାଚୀ ନଗର ଠାରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି। ଭଦ୍ରକ ଜିଲା ଗ୍ରମାଞ୍ଚଳ ଥାନା ପୁଲିସ ସହର ଉପକଣ୍ଠ ପ୍ରାଚୀନଗରରେ ଥିବା ଏହି ଜର୍ଦ୍ଦା କାରଖାନା ଉପରେ ଚଢଉ କରିଥିଲା। ପୁଲିସ ଏହି କାରଖାନାରୁ କଞ୍ଚାମାଲ, ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, କେମିକାଲ ଏବଂ ଯନ୍ତ୍ରାଂଶ ଜବତ କରିଛି। ବାହାରୁ ଦୁଇ ଜଣ ଲୋକ ଏକ ଭଡାଘରେ ଏହି ଜର୍ଦ୍ଦା କାରଖାନା ଚଳାଉଥିବା ଜଣାପଡିଛି। ପୁଲିସ ଏହି ଚଢଉରେ ଏକ ସ୍କୁଟି ମଧ୍ୟ ଜବତ କରିଛି।
ସୂଚନା ଯୋଗ୍ୟ ଯେ, ଗତ ମାସରେ ଭଦ୍ରକ ପୂରୁଣା ବଜାର ଅଞ୍ଚଳରୁ ଏକ ନକଲି ଜର୍ଦ୍ଦା କାରଖାନା ମଧ୍ୟ ଠାବ କରାଯାଇଥିଲା।
ନକଲି ଜର୍ଦ୍ଦା କାରଖାନା ଜବତ
Popular Categories



