କେରଳ ନନ୍ଙ୍କ ବଳାତ୍କାରମାମଲାର ତଦନ୍ତ ପାଇଁ ପାନେଲ୍ ଗଠନ କରିବେ ଭାଟିକାନ
ଭାଟିକାନ. – କେରଳ ନନ୍ ବଳାତ୍କାର ମାମଲାର ତଦନ୍ତ ପାଇଁ ଭାଟିକାନ ଏକ ସଦସ୍ୟ ବିଶିଷ୍ଟ ଏକ ପାନେଲ୍ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ।କେରଳର ଜଣେ ନନ୍ ଜଣେ ବିଶୋପଙ୍କ ନାମରେ ବଳାତ୍କାର ଅଭଯୋଗ କରିଥିଲେ । ୧୦ରୁ ଅଧିକ ଥର ସେ ଏହାର ଶିକାର ହୋଇଥିବା ଅଭଯୋଗ କରିଛନ୍ତି ।
ଅଭିଯୁକ୍ତ ବିଶୋପ ଏବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କାର୍ଡିନାଲ ଓଶ୍ୱାଲାଡ ଗ୍ରାସିସ୍ ଏହାର ତଦନ୍ତ କରିପାରନ୍ତି ବୋଲି ସୂଚନା ମିଳିଛି । ୨୦୦୬ରେ ପୋପ୍ ବେନେଡିକ୍ଟ ବମ୍ବେର ଆର୍କବିଶପ ଭାବେ କାର୍ଡିନାଲ ଓଶ୍ୱାଲାଡ ଗ୍ରାସିସ୍ଙ୍କୁ ନିଯୁକ୍ତି ଦେଇଥିଲେ ।
ଅଭିଯୋଗ କରିଥିବା ନନ୍ ତାଙ୍କୁ ୨୦୧୪ରୁ ୨୦୧୬ ମଧ୍ୟରେ ୧୩ ଧର ବଳାତ୍କାର କରାଯାଇଥିବା କହିଛନ୍ତି । କେରଳରେ ଏକ ସମ୍ମିଳନୀ ସମୟରେ ତାଙ୍କୁ ଏକ କୋଠରୀରେ ବନ୍ଦ କରାଯାଇ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହାର ତଦନ୍ତ କରୁଛନ୍ତି ।