ପରିବେଶ ସୁରକ୍ଷା ; ଗଣେଶ ମୂର୍ତ୍ତୀ ବିସର୍ଜନ ପାଇଁ ତିଆରି ହେଲା ତିନୋଟି କୃତ୍ରିମ ଜଳାଶୟ

0

ଭୁବନେଶ୍ୱର . – ଗଣେଶ ପୂଜା ପରେ ବିଭିନ୍ନ ନଦୀ ଓ ଜଲାଶୟରେ ମୂର୍ତ୍ତୀ ବିସର୍ଜନ କରାଯାଇଥାଏ । ମୂର୍ତ୍ତୀରେ ବ୍ୟବହାର କରାଯାଉଥିବା ବିଭିନ୍ନ ଦ୍ରବ୍ୟ ଓ ରଙ୍ଗ ଯୋଗୁଁ ପରିବେଶ ପ୍ରଦୂଷିତ ହୋଇଥାଏ । ଚଳିତ ବର୍ଷ ମୂର୍ତ୍ତୀ ବିସର୍ଜନ ସମୟରେ ପ୍ରଦୂଷଣକୁ କମ୍‌ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତିନୋଟି ସ୍ୱତନ୍ତ୍ର ଜଳାଶୟ ନିର୍ମାଣ କରିଛନ୍ତି । ନଦୀର ଲୋକମାନେ ମୂର୍ତ୍ତୀ ବିସର୍ଜନ  ନ କରି ଏଠାରେ ବିସର୍ଜନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି । କୂଆଖାଇ ଓ ଦୟା ନଦୀ ନିକଟରେ ଏହି ଜଳାଶୟ ନିର୍ମାଣ କରାଯାଇଛି । କୂଆଖାଇର ପାଣ୍ଡେରା ଓ ଦୟା ନଦୀର ଲିଙ୍ଗିପୁର ନିକଟରେ ଏହି ଜଳାଶୟ ନିର୍ମାଣ କରାଯାଇଛି ।

prayash

ଏହାକୁ ଅନେକ ପରିବେଶ୍‌ବିତ୍‌ ସ୍ୱାଗତ କରିଛନ୍ତି । ଏହା ଦ୍ୱାରା ନଦୀର ଜଳକୁ ପ୍ରଦୂଷିତ ହେବାରୁ ରକ୍ଷା କରାଯାଇ ପାରିବ ବୋଲି ସେମାନେ ମତ ବ୍ୟକ୍ତି କରିଛନ୍ତି ।

kalyan agarbati
Leave A Reply