www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ଦ ହେବ ହିଟଲରଙ୍କ ମନପସନ୍ଦ କାର

ନୂଆଦିଲ୍ଲୀ : ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ମନପସନ୍ଦ କାର ‘ବିଟଲ୍‍’ ବନ୍ଦ ହେବାକୁ ଯାଉଛି। ଦୀର୍ଘ ୭୦ ବର୍ଷ ଧରି ଏହି କାର ସମଗ୍ର ବିଶ୍ୱରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଚାହିଦା ବେଶ ଲୋକପ୍ରିୟ ହୋଇଥିଲା। ଭୋକ୍ସୱାଗନ ଅଟୋମୋବାଇଲ କମ୍ପାନୀ ପ୍ରସ୍ତୁତ କରୁଥିବା ଏହି ‘ବିଟଲ୍‍’ କାରର ନିର୍ମାଣ ବନ୍ଦ କରାଯିବ ବୋଲି କହିଛି। ଆମେରିକାର ଭୋକ୍ସୱାଗନ ଗ୍ରୁପର ମୁଖ୍ୟ ଅଧିକାରୀ ହିନାରିକ ଭୋକ୍ସୱାଗନଙ୍କ ମତରେ ଆମେରିକାର ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ବିଦ୍ୟୁତଚାଳିତ କାର ନିର୍ମାଣ କରୁଛୁ। ତେଣୁ ୭୦ ବର୍ଷ ଧରି ଲୋକମାନଙ୍କର ପସନ୍ଦ ଯୋଗ୍ୟ ଥିବା ‘ବିଟଲ’କୁ ବନ୍ଦ କରିବାକୁ ଯାଉଛୁ। କମ୍ପାନୀର କହିବା ଅନୁସାରେ ଏହାର ଶେଷ ଦୁଇଟି ମଡେଲ ନିର୍ମାଣ କରିବାର ଯୋଜନା ରହିଛି। ଯାହାର ମୂଲ୍ୟ ୨୩,୦୪୫ ଡଲାର ରହିବ।
୧୯୩୭ରେ ହିଟଲରଙ୍କ ତତ୍ୱବଧାନରେ ଭୋକ୍ସୱାଗନ କମ୍ପାନୀ ନିର୍ମାଣ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମିତ୍ର ରାଷ୍ଟ୍ରମାନେ ଜର୍ମାନୀରେ ଏହି କମ୍ପାନୀକୁ ପ୍ରାଥମିକତା ଦେଇଥିଲେ। ୧୯୫୦ରେ ଆମେରିକାରେ ପ୍ରଥମ ଥର ପାଇଁ ‘ବିଟଲ’ କାରକୁ ବଜାର ପ୍ରବେଶ କରାଯାଇଥିଲା। ୧୯୭୯ ଆମେରିକାରେ ଏହି କାରର ବିକ୍ରୟ ବନ୍ଦ କରାଯାଇଥିଲା। ଏହି ଲୋକପ୍ରିୟ କାର ବନ୍ଦ ହେବାକୁ ଯାଉଥିବାରୁ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories