www.samajalive.in
Sunday, December 7, 2025
26.1 C
Bhubaneswar

ଓୟୋ ରିପୋର୍ଟ – ଉତ୍ତରପ୍ରଦେଶର ଏହି ସହରରେ ହେଉଛି ସର୍ବାଧିକ ରୁମ୍ ବୁକିଂ

ଡେସ୍କ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଗତ କିଛି ବର୍ଷ ଧରି ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଓୟୋ ଦେଶର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଦାବି କରାଯାଇଛି ଯେ ଚଳିତ ବର୍ଷ ଧାର୍ମିକ ପର୍ଯ୍ୟଟନକୁ ଫୋକସ୍ କରାଯାଇଛି ଏବଂ ବାରଣାସୀ ଏବଂ ହରିଦ୍ୱାର ଭଳି ସହରରେ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କରିଛନ୍ତି।

ଟେକ୍ନୋଲୋଜି ପ୍ଲାଟଫର୍ମ ଓୟୋ ପକ୍ଷରୁ ଟ୍ରାଭେଲପିଡିଆ ୨୦୨୪ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଯାତ୍ରାର ଉପାୟ ଏବଂ ସେମାନଙ୍କ ଟ୍ରେଣ୍ଡ ଉପରେ ଅଧ୍ୟୟନ କରାଯାଇଥିଲା। ଏହା ସହ ବର୍ଷ ସାରା ଓୟୋ ହୋଟେଲର ବିଭିନ୍ନ ସ୍ଥାନରେ ବୁକିଂକୁ ଆଧାର କରି ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି। ବାରାଣସୀ ଓ ହରିଦ୍ୱାର ଭଳି ଧାର୍ମିକ ସ୍ଥଳପାଇଁ ପର୍ଯ୍ୟଟକଙ୍କ ଆଗ୍ରହ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଯେଉଁଠି ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି।

- Advertisement -

ରିପୋର୍ଟ ଅନୁଯାୟୀ, ୨୦୨୪ରେ ଧାର୍ମିକ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ଯେଉଁଥିରେ ଉତ୍ତରପ୍ରଦେଶର ପ୍ରାଧାନ୍ୟ ଜାରି ରହିଛି। ପର୍ଯ୍ୟଟନ ଦୃଷ୍ଟିରୁ ୟୁପି ସବୁଠାରୁ ଲୋକପ୍ରିୟ ରାଜ୍ୟ ଭାବରେ ନିଜର ସ୍ଥାନ ତିଆରି କରିବାରେ ସଫଳ ହୋଇଛି। ଯେଉଁଥିପାଇଁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାରେ ପହଞ୍ଚୁଛନ୍ତି। ଓୟୋର ହୋଟେଲରେ ହୋଇଥିବା ବୁକିଂ ଆଧାରରେ ଏହି ଆକଳନ କରାଯାଇଛି।

ୟୁପିର ବାରଣାସୀର କାଶୀ ବିଶ୍ୱନାଥ ସମେତ ଅଯୋଧ୍ୟା, ମଥୁରା ଓ ବୃନ୍ଦାବନକୁ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଯାଆନ୍ତି। ନିକଟରେ ୟୁପି ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ରାଜ୍ୟକୁ ଆସିଛନ୍ତି। ଯେଉଁଥିରେ ଅଯୋଧ୍ୟା ପ୍ରଥମ ସ୍ଥାନରେ ରହିଛି। ଚଳିତ ବର୍ଷ ସର୍ବାଧିକ ଶ୍ରଦ୍ଧାଳୁ ଆସିଥିବା ବେଳେ ବାରଣାସୀ ଓ ମଥୁରାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ ଆଗ୍ରାକୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ ପର୍ଯ୍ୟଟକ ଆସିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories