www.samajalive.in
Tuesday, December 9, 2025
16.1 C
Bhubaneswar

ପତଞ୍ଜଳି ବିରୋଧରେ ହାଇକୋର୍ଟରେ ଡାବର, ରାମଦେବଙ୍କ କମ୍ପାନୀକୁ ନୋଟିସ୍‌

ନୂଆଦିଲ୍ଲୀ: ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି ଡାବର। କମ୍ପାନୀ କହିଛି ଯେ, ପତଞ୍ଜଳି ନିଜ ବିଜ୍ଞାପନରେ ତାଙ୍କ ଚ୍ୟବନପ୍ରାଶକୁ ବଦନାମ କରୁଛି। ମଙ୍ଗଳବାର ଜଷ୍ଟିସ ମିନି ପୁଷ୍କର୍ଣ୍ଣାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଅଦାଲତ ପତଞ୍ଜଳିକୁ ନୋଟିସ୍ ଜାରି କରିଛନ୍ତି। ଜାନୁଆରୀ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେତେବେଳେ ଅନ୍ତରୀଣ ଆଶ୍ଵସ୍ତି ଉପରେ ବିଚାର କରାଯିବ।

ଡାବର କହିଛି ଯେ, ପତଞ୍ଜଳି ବିଜ୍ଞାପନରେ ବାବା ରାମଦେବ ମିଥ୍ୟା ଦାବି କରୁଛନ୍ତି ଯେ, କେବଳ ପତଞ୍ଜଳିର ଚ୍ୟବନପ୍ରାଶ ଅସଲୀ। ଅନ୍ୟ ସମସ୍ତ ବ୍ରାଣ୍ଡଗୁଡ଼ିକୁ ଆୟୁର୍ବେଦ ବିଷୟରେ ଜ୍ଞାନ ନାହିଁ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ମାମଲା ଦାୟର କରିଛି ଡାବର। ପତଞ୍ଜଳିର ସେହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି ଯେଉଁଥିରେ ଅନ୍ୟ ବ୍ରାଣ୍ଡର ଚ୍ୟବନପ୍ରାଶଗୁଡ଼ିକୁ ନିମ୍ନ ମାନର ବୋଲି ଦର୍ଶାଯାଇଛି। ଚ୍ୟବନପ୍ରାଶ ​‌କ୍ଷେତ୍ର​‌ରେ ୬୧.୬% ବଜାର ଅଂଶୀଦାର ଥିବା ଡାବର କହିଛି ଯେ, ଏହି ବିଜ୍ଞାପନ କେବଳ ଏହାର ପ୍ରତିଯୋଗୀଙ୍କୁ ବଦନାମ କରୁନାହିଁ, ବରଂ ଏହା ଅନ୍ୟ ବ୍ରାଣ୍ଡର ସୁରକ୍ଷା ବିଷୟରେ ଅନାବଶ୍ୟକ ଚିନ୍ତା ମଧ୍ୟ ବଢାଉଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories