www.samajalive.in
Wednesday, December 10, 2025
15.1 C
Bhubaneswar

ଅନଲାଇନ କ୍ଲାସ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ : କରୋନା ପାଇଁ ସ୍କୁଲ, କଲେଜଗୁଡିକ ବନ୍ଦ ଥିବାବେଳେ ଅନଲାଇନ ମାଧ୍ୟମରେ ପାଠପଢାକୁ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଛାତ୍ରୀଛାତ୍ରୀ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଥିବାବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ନିୟମାବଳୀ ଜାରି କରାଯାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଙ୍ଗଳବାର ଜାରି କରିଥିବା ନିୟମାବଳୀ ଅନୁଯାୟୀ ପ୍ରି ପ୍ରାଇମେରୀ ବା ନର୍ସରୀ କ୍ଲାସର ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ଅବଧି ୩୦ମିନିଟ୍‌ରୁ ଅଧିକ ହେବ ନାହିଁ। ସେହିପରି ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩୦ରୁ ୪୫ମିନିଟ୍ ଅବଧିର ଦୁଇଟି କ୍ଲାସ ଓ ୯ମରୁ ୧୨ଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ଅବଧିର ୪ଟି କ୍ଲାସ କରାଯାଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି। ଅନଲାଇନ କ୍ଲାସ ପାଇଁ ପ୍ରଗ୍ୟାତା ନାମରେ ୮ଟି ନିୟମ ଜାରି କରାଯାଇଛି।

- Advertisement -

ଏହି ନିୟମାବଳୀକୁ ସ୍କୁଲର ମୁଖ୍ୟ, ଶିକ୍ଷକ, ଅଭିଭାବକଙ୍କୁ ଅନୁସରଣ କରିବାକୁ କୁହାଯାଇଛି। ସେହିପରି ଅଭିଭାବକମାନେ ପିଲାମାନଙ୍କ ଶାରୀରିକସ୍ଥିତି ଉପରେ ଗୁରୁତ୍ବ ଦେବା ଦରକାର। ଯେପରିକି ମାନସିକ ଦିଗ ଓ ଚକ୍ଷୁ ଉପରେ ପଡୁଥିବା ପ୍ରଭାବକୁ ଅନୁଧ୍ୟାନ କରିବା ଦରକାର। ଦୀର୍ଘ ସମୟ ଧରି ଡିଜିଟାଲ ଉପକରଣକୁ ବ୍ୟବହାର ଦ୍ବାରା ପିଲାମାନଙ୍କ ଚକ୍ଷୁ ଉପରେ ପ୍ରଭାବ ପଡିଥାଏ। ଅନଲାଇନ କ୍ଲାସ ସମୟରେ ସାଇବର ସୁରକ୍ଷାକୁ ଗୁରୁତ୍ବ ଦିଆଯିବା ଦରକାର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories