www.samajalive.in
Sunday, December 14, 2025
26.1 C
Bhubaneswar

ଥମିନି ବିବାଦ – ପୁଣି ଓଡ଼ିଆ ସିନେମା ‘ପ୍ରଥା’କୁ ବିରୋଧ, ଚିରିଲେ ପୋଷ୍ଟର

ଡେସ୍କ: କିଛି ଦିନ ହେବ ରାଜ୍ୟରେ ଦୁଇଟି ଚଳଚ୍ଚିତ୍ର, ପ୍ରଯୋଜକ ଓ ଅଭିନେତାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ପୁଣି ନୂଆ ଓଡ଼ିଆ ସିନେମା ‘ପ୍ରଥା’ର ପୋଷ୍ଟର ଚିରିବା ଓ ଏହାର ପ୍ରଦର୍ଶନକୁ ବିରୋଧ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୂର୍ବ ବିବାଦ ଥମିବା ପରିବର୍ତ୍ତେ ସେଥିରେ ରାଜନେତାଙ୍କ ମତ ଓ ମନ୍ତବ୍ୟ ଏବଂ ପ୍ରାୟ ପ୍ରତ୍ୟେକ ଦିନ ଉଭୟ ପକ୍ଷର ସମର୍ଥକମାନଙ୍କ ଭିଡିଓ ଜରିଆରେ ବିରୋଧାଭାସ ଘଟଣାକୁ ଆହୁରି ଜୋରଦାର କରିଛି।


ତେବେ ଆଜି ଥିଲା ନୂଆ ଓଡ଼ିଆ ସିନେମା ‘ପ୍ରଥା’ର ପ୍ରିମିୟର ସୋ। ଏହାକୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବିରୋଧ କରାଯାଇଥିବା ସୂଚନା ମିଳିଛି। ଝାରସୁଗୁଡାର ଶିବା ମଲ୍ଟିପ୍ଲେକ୍ସରେ ଏହାର ପ୍ରିମିୟର ସୋକୁ ବିରୋଧ କରି ପୋଷ୍ଟର ଚିରିଦେବା ସହ ପୁଣି ହଲ ଗୁଡିକରେ ମନୋଜ ମିଶ୍ରଙ୍କ ‘ମାଇଣ୍ଡ ଗେମ’ ନ ଚଳାଇଲେ କୌଣସି ଓଡ଼ିଆ ସିନେମା ଚଳାଇବାକୁ ଦିଆଯିବ ନାହିଁ ବୋଲି କୋଶଳ ସେନା କହିଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ କୌଣସି ଅପେରା ଓ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଦିଆଯିବ ନାହିଁ ବୋଲି କୋଶଳ ସେନାର ଯୁବ ନେତା ଗଣେଶ ମୋଟାରି ଓ ବାପି ସାହୁ କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories