www.samajalive.in
Sunday, December 14, 2025
16.1 C
Bhubaneswar

ଆଫଗାନିସ୍ତାନର ୪ର୍ଥ ବିଜୟ, ​ନେଦରଲ୍ୟାଣ୍ଡ୍‌ସ ​‌ସେମି ଫାଇନାଲ ଦୌଡ଼ରୁ ବାଦ୍‌

ଲକ୍ଷ୍ନୌ: ଚଳିତ ଆଇସିସି ଦିନିକିଆ ବିଶ୍ବକପରେ ଆଫଗାନିସ୍ତାନ ଚତୁର୍ଥ ବିଜୟ ହାସଲ କରିଛି। ଶୁକ୍ରବାର ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ନେଦରଲ୍ୟାଣ୍ଡ୍‌ସକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଆଫଗାନିସ୍ତାନ ସେମିଫାଇନାଲ ଆଶା ଉଜ୍ଜୀବିତ ହୋଇଛି। ଆଫଗାନିସ୍ତାନର ୭ଟି ମ୍ୟାଚରୁ ୪ର୍ଥ ବିଜୟ ଓ ୩ଟି ପରାଜୟ ସହ ୮ ପଏଣ୍ଟ ପାଇଥିବା ବେଳେ ନେଦରଲ୍ୟାଣ୍ଡ୍‌ସ ସମାନ ସଂଖ୍ୟକ ମ୍ୟାଚରୁ ପଞ୍ଚମ ପରାଜୟ ସହ ସେମି ଫାଇନାଲ ଦୌଡ଼ରୁ ବାଦ୍‌ ପଡିଛି।

ନେଦରଲ୍ୟାଣ୍ଡ୍‌ସ ଇଙ୍ଗେଲବିଚ୍‌ଙ୍କ ୫୮ରନ ବଳରେ ୧୭୯ରନ କରିଥିଲା। ଜବାବରେ ଆଫଗାନିସ୍ତାନ ରେହମତ ସାହ ୫୨ ଓ ରେହମତ୍‌ଉଲ୍ଲା ସାହିଦିଙ୍କ ଅପରାଜିତ ୫୬ରନ ବଳରେ ୩ ୱିକେଟ ହରାଇ ୧୧୧ଟି ବଲ ବାକି ଥାଇ ୧୮୧ରନ କରି ବିଜୟ ହାସଲ କରିନେଇଥିଲା। ୧୮୦ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଫଗାନିସ୍ତାନର ଦୁଇ ଓପନର ରେହମାନଉଲ୍ଲା ଗୁର୍‌ବାଜ୍‌ ଓ ଇବ୍ରାହିମ ଜର୍ଡାନ ୨୭ରନ ସଂଗ୍ରହ କରିଥିଲେ।ଗୁର୍‌ବାଜ୍‌ ୧୦ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଜର୍ଡାନ ଓ ରେହମତ୍‌ ସାହ ୨୮ରନ ସଂଗ୍ରହ କରିବା ସହିତ ସ୍କୋରକୁ ୫୫ରନରେ ପହଞ୍ଚାଇଥିଲେ। ଜର୍ଡାନ ୨୦ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ ରେହମତ୍‌ ଓ ହାସମତୁଲ୍ଲା ସାହିଦି ୭୪ରନ ସଂଗ୍ରହ କରିଥିଲେ। ସ୍କୋର ୧୨୯ରନ ଥିବାବେଳେ ରେହମତ୍‌ ୫୨ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ସାହିଦି ଓ ଆଜ୍‌ମାତୁଲ୍ଲା ଉମାରଜାଇ ଅବିଭାଜିତ ୫୨ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ସାହିଦି ୫୬ ଓ ଓମାରଜାଇ ୩୧ରନ କରି ଅପରାଜିତ ରହିଥିଲେ। ନେଦରଲ୍ୟାଣ୍ଡ୍‌ସ ପକ୍ଷରୁ ଲୋଗାନ ଭାନ ବ୍ରିକ୍‌, ସାକିବ୍‌ ଜୁଲଫିକର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।ମହମ୍ମଦ ନବି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories