www.samajalive.in
Sunday, December 14, 2025
17.1 C
Bhubaneswar

‘ମଧ୍ୟସ୍ଥତା କେନ୍ଦ୍ରରେ ବିବାଦର ସମାଧାନ ହେଲେ ବିଚାର ବିଭାଗରୁ ଚାପ କମିବ’

କଟକ :  ମଧ୍ୟସ୍ଥତା କିଛି ନୂଆ ବ୍ୟବସ୍ଥା ନୁହେଁ। ଯୁଗ ଯୁଗ ଧରି ଏହି ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରାଯାଉଛି। ବୈଦିକ ଯୁଗରେ ମଧ୍ୟ ମଧ୍ୟସ୍ଥତା ମାଧ୍ୟମରେ ନ୍ୟାୟ ପ୍ରଦାନ କରାଯାଉଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏ.ଏମ୍‌.ଖାନୱେଲକର କହିଛନ୍ତି। ଓଡ଼ିଶା ଆଇନ ସେବା ଭବନରେ ଉଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ର ଉଦ୍‌ଘାଟନୀ ସମାରୋହର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଚାରପତି ଏ.ଏମ୍‌. ଖାନୱେଲକର କହିଲେ ଯେ, ଓଡ଼ିଶାର ବାଲେଶ୍ବର ଓ କଟକରେ ୧୯୫୫ ମସିହାରୁ ମାମଲା ବିଚାରଧୀନ ହୋଇ ରହିଛି। ମଧ୍ୟସ୍ଥତା କେନ୍ଦ୍ର ସଠିକ ଭାବେ କାର୍ଯ୍ୟ କରିଲେ ଏଭଳି ଚିତ୍ରରେ ପରିବର୍ତ୍ତନ ଆସିପାରିବ। ମଧ୍ୟସ୍ଥତା କେନ୍ଦ୍ର କେବଳ ଉଚ୍ଚ ନ୍ୟାୟାଳୟ ସ୍ତରରେ ଆୟୋଜନ କରାଯିବା ପର୍ଯ୍ୟାପ୍ତ ନୁହେଁ ତାଲୁକ ସ୍ତରରେ ମଧ୍ୟ ମଧ୍ୟସ୍ଥତା କେନ୍ଦ୍ର ଖୋଲି ଆପୋଷ ସମାଧାନ ଉଦ୍ୟମ ହେବା ଆବଶ୍ୟକ। କେଉଁ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଯିବ; ତାହା ବିଚାରପତିମାନେ ହିଁ ସଠିକ ଭାବେ ନିଷ୍ପତ୍ତି ନେଇପାରିବେ। ସେହିଭଳି ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ବିଚାର ବିଭାଗ ଉପରୁ ଚାପ କମିବ। ସୂଚନା ଅନୁଯାୟୀ ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଓଡ଼ିଶାରେ ଫୌଜଦାରୀ ମାମଲା ସଂଖ୍ୟା କମ୍ ା ଏଣୁ ଐତିହ୍ୟପୂର୍ଣ୍ଣ ରାଜ୍ୟ ଓଡ଼ିଶା ଶାନ୍ତିପୂର୍ଣ୍ଣ ବୋଲି ସେ କହିଥିଲେ ା ଏଠାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋଷ ସମାଧାନ ପାଇଁ ଚେଷ୍ଟା କରିବା ଉଚିତ ବୋଲି ବିଚାରପତି ଖାନୱେଲକର ମତବ୍ୟକ୍ତ କରିଥିଲେ। ବିଶେଷକରି ଜମିଜମା ଓ ଅପରାଧିକ ମାମଲାଗୁଡିକ ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ଫଇସଲା କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଏ.ଏସ୍‌. ବୋପାନ୍ନା ଏହି କର୍ମଶାଳାରେ ଉପସ୍ଥିତ ପ୍ରଶିକ୍ଷକ ଓ ପ୍ରଶିକ୍ଷଣ ନେଉଥିବା ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ‘ମଧ୍ୟସ୍ଥତା’ ମାମଲାର ସଂଖ୍ୟା କମାଇବାରେ ସହାୟକ ହେବା ସହ ଉଭୟ ପକ୍ଷଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରଙ୍କ ସମେତ ଉଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡ଼ିଶା ଜୁଡିସିଆଲ ଏକାଡେମୀରେ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନୀ ସମାରୋହ ଓ ୪୦ ଘଣ୍ଟିଆ ମଧ୍ୟସ୍ଥତା ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଥିଲା।
ଓଡ଼ିଶା ଜୁଡିସିଆଲ ଏକାଡେମୀର ଅଧ୍ୟକ୍ଷ ତଥା ଓଡିଶା ଆଇନସେବା ପ୍ରାଧିକରଣର ନିର୍ବାହୀ ଅଧ୍ୟକ୍ଷ ଥିବା ଜଷ୍ଟିସ ଯଶୱନ୍ତ ସିଂ ଏହି କର୍ମଶାଳାରେ ସ୍ୱାଗତ ଭାଷଣ ଦେଇଥିଲେ। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଅଭିଭାଷଣରେ କହିଲେ ଯେ, ଓଡିଶା ଉଚ୍ଚ ନ୍ୟାୟାଳୟରେ ପ୍ରଥମଥର ପାଇଁ ଦୁଇଟି ସ୍ଥାୟୀ ଲୋକ ଅଦାଲତ ପୀଠ ଗଠିତ ହୋଇଛି। ଓଡିଶା ଜନସାଧାରଣଙ୍କୁ ଏହା ସହଜରେ ନ୍ୟାୟ ପ୍ରଦାନରେ ସହାୟକ ହେବ। ଉଚ୍ଚ ନ୍ୟାୟାଳୟର ବିଚାରପତି ଯଶୱନ୍ତ ସିଂ ଉତ୍ସବରେ ସ୍ବାଗତ ଭାଷଣ ଦେଇଥିବାବେଳେ ବିଚାରପତି ଚିତ୍ତରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ରାଜ୍ୟ ମହାଧିବକ୍ତା ଅଶୋକ ପରିଜା, ଉଚ୍ଚ ନ୍ୟାୟାଳୟର ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକଙ୍କ ସମେତ କଟକ ଜିଲାପାଳ ଓ ସିଏମସି ଆୟୁକ୍ତ ଉପସ୍ଥିତ ଥିଲେ। ମଧ୍ୟସ୍ଥତା କେନ୍ଦ୍ରର ଉଦ୍‌ଘାଟନୀ ସମାରୋହ ପରେ ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ବିଚାରପତି ଓଡିଶା ଉଚ୍ଚ ନ୍ୟାୟାଳୟର ‘ରେକର୍ଡ ରୁମ ଡିଜିଟାଲାଇଜେସନ ସେଣ୍ଟର’ ବୁଲି ଦେଖିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories