www.samajalive.in
Monday, December 15, 2025
17.1 C
Bhubaneswar

ଗେହଲତଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଆଜି

ଜୟପୁର : ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ବୁଝାମଣା ପର୍ବ ଆରମ୍ଭ ହୋଇଛି । ଦୀର୍ଘ ବିଚାରବିମର୍ଶ ପରେ ସମାଧାନର ସୂତ୍ର ବାହାର କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା​ ପାଇଁ ଦଳର ପ୍ରଭାରୀ ଅଜୟ ମାକେନ ଜୟପୁରରେ ଡେରା ପକାଇଛନ୍ତି । ରବିବାର ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ପୁନର୍ଗଠିତ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ଶନିବାର ସନ୍ଧ୍ୟାରେ ଗେହଲତଙ୍କ ସାମ୍ପ୍ରତିକ ମନ୍ତ୍ରୀ ପରିଷଦର ଶେଷ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରିମଣ୍ଡଳ ପୁନର୍ଗଠନ ପାଇଁ ରାସ୍ତା ସଫା କରିବା ଉଦ୍ଦେଶ୍ୟରେ ଏହାର ସମସ୍ତ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଭେଟି ପୁନର୍ଗଠନ ସମ୍ପର୍କରେ ଅବଗତ କରିଛନ୍ତି । ଶେଷ ବୈଠକରେ ଶୁକ୍ରବାର ଇସ୍ତଫା ଦେଇଥିବା ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ଓ ଶିକ୍ଷା ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋସ୍ତାରାଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। କଂଗ୍ରେସର ରାଜସ୍ଥାନ ସୂତ୍ର ଅନୁସାରେ ଏଥିରେ ଗେହଲତଙ୍କ ଶିବିରର ୫ ଓ ପାଇଲଟଙ୍କ ଶିବିରର ୪ ଜଣଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ। ଗେହଲତଙ୍କୁ ସମର୍ଥନ କରୁଥିବା ଅନ୍ୟ ଦଳର କାହାକୁ ମନ୍ତ୍ରୀ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ବହୁଜନ ସମାଜ ପାର୍ଟିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ହେବେ। ପରବର୍ତ୍ତୀ ସମ୍ଭାବ୍ୟ ସମସ୍ୟାର ସମାଧାନ ପାଇଁ ମୋଟ ୩୦ ମନ୍ତ୍ରିପଦ ମଧ୍ୟରୁ ଦୁଇଟି ଶୂନ୍ୟ ରଖାଯିବ। ଏଥିସହିତ ୧୫ଜଣଙ୍କୁ ସଂସଦୀୟ ସଚିବ ପଦରେ ଥଇଥାନ କରାଯିବ। ଗେହଲତଙ୍କ ସମର୍ଥକ ଭାବେ ପରିଚିତ ମହେନ୍ଦ୍ର ଜିତ୍‌ ସିଂହ ମାଲବ୍ୟ, ଶକୁନ୍ତଳା ରାୱତ, ଗୋବିନ୍ଦ ରାମ ମେଘୱାଲ, ମହେଶ ଯୋଷୀ ଓ ରାମଲାଲ ଜାଟ ମନ୍ତ୍ରୀ ହେବାକୁ ଯାଉଥିବାବେଳେ ପାଇଲଟଙ୍କ ସମର୍ଥକ ମୁରାରୀ ଲାଲ ମୀଣା, ରମେଶ ମୀଣା, ବ୍ରିଜେନ୍ଦ୍ର ଓଲା ଓ ହେମରାମ୍‌ ଚୌଧୁରୀ ମନ୍ତ୍ରୀ ଭାବେ ଶପଥ ନେବେ। ସୂଚନାଯୋଗ୍ୟ ଯେ ଇସ୍ତଫା ଦେଇଥିବା ହରିଶ ଚୌଧୁରୀଙ୍କୁ ନିକଟରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ରଘୁ ଶର୍ମାଙ୍କୁ ଗୁଜରାତ ଦାୟିତ୍ବ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories