www.samajalive.in
Monday, December 15, 2025
24.1 C
Bhubaneswar

ନୂଆ ଚାକିରି ପାଇଁ ହଁ କହିବା ପୂର୍ବରୁ ପଚାରି ନିଅନ୍ତୁ ଏହି ୫ ପ୍ରଶ୍ନ

ଯଦି ଆପଣ କୌଣସି କମ୍ପାନୀରେ ଚାକିରି କରିବା ପାଇଁ ସାକ୍ଷାତକାର ଦେବାକୁ ଯାଉଛନ୍ତି, ତେବେ କେତେକ ଦିଗ ପ୍ରତି ଆପଣଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ। ଏହି ସମୟରେ କମ୍ପାନୀର ମାନବ ସମ୍ବଳ (ଏଚଆର) ଅଧିକାରୀ ଆପଣଙ୍କ ଚାକିରି ଓ ଦରମା ସମ୍ପର୍କରେ ପଚାରିଥାନ୍ତି। ଏଥିପୂର୍ବରୁ ଆପଣଙ୍କୁ କିଛି କଥା ଜାଣିନେବା ଉଚିତ, ଯଦ୍ୱାରା ଆପଣ ସମସ୍ୟାରେ ପଡ଼ିବେ ନାହିଁ।
କ’ଣ ହେବ ଦାୟିତ୍ୱ: କୌଣସି କମ୍ପାନୀରେ ଚାକିରି କରିବା ପୂର୍ବରୁ ଏଚଆରଙ୍କଠାରୁ ନିଜର ଦାୟିତ୍ୱ ବାବଦରେ ପଚାରି ନିଅନ୍ତୁ; ଆଗକୁ ଯେଭଳି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ନ ଉପୁଜେ।
କେଉଁ ବିଭାଗରେ କାର୍ଯ୍ୟ କରିବେ: ଏହି କଥା ଜାଣିବା ଆପଣଙ୍କ ଅଧିକାର କି ଆପଣ କମ୍ପାନୀର କେଉଁ ବିଭାଗରେ କାର୍ଯ୍ୟ କରିବେ। ଉକ୍ତ ବିଭାଗରେ କେତେ କର୍ମଚାରୀ ରହିବେ ଅଥବା ରହିଛନ୍ତି ଏବଂ କାହା ଅଧୀନରେ କାର୍ଯ୍ୟ କରିବେ।
ଦରମା କେତେ: ଏଚଆର ସାକ୍ଷାତକାର ସମୟରେ ଦରମା ସମ୍ପର୍କରେ ନିହାତି ପଚାରିବା ଆବଶ୍ୟକ। ଏଥିସହ କେତୋଟି ଛୁଟି ନେଲେ କେତେ ଟଙ୍କା ଦରମାରୁ କଟିବ, ତାହା ମଧ୍ୟ ପଚାରିନେବେ। ପ୍ରତ୍ୟେକଟି କମ୍ପାନୀର ନିଜର ପଲିସି ରହିଥାଏ। ନିସଙ୍କୋଚ ହୋଇ ଏ ବାବଦରେ ମଧ୍ୟ ପଚାରିବ ଉଚିତ।
ପଦୋନ୍ନତି: ଆପଣଙ୍କୁ ପଦୋନ୍ନତିି କିପରି ମିଳିବ, ପଦୋନ୍ନତି ହାସଲ କରିବା ପାଇଁ କମ୍ପାନୀ କିପ୍ରକାର ନିୟମ ରହିଛି, ଏ ସମ୍ପର୍କିତ ସୂଚନା ଜାଣିବା ନିହାତି ଦରକାର।
କାର୍ଯ୍ୟ ସମୟ: କମ୍ପାନୀରେ ଯୋଗ ଦେବା ପୂର୍ବରୁ ଆପଣଙ୍କୁ ସେଠାରେ କେତେ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିବ, ଏତଦ୍‌ବ୍ୟତୀତ ଅଧିକ ସମୟ କାର୍ଯ୍ୟ (ଓଭର ଟାଇମ୍‌) କରିବାକୁ ପଡ଼ିବ କି ନାହିଁ ଏବଂ ଏଥିପାଇଁ ଅଧିକ ପ୍ରାପ୍ୟ ମିଳିବ କି ନାହିଁ, ତାହା ମଧ୍ୟ ପଚାରିବା ବୁଦ୍ଧିମାନର କାର୍ଯ୍ୟ ଅଟେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories