www.samajalive.in
Sunday, December 14, 2025
19.1 C
Bhubaneswar

ଅଦାଲତ ରାୟକୁ ଅବମାନନା କରି ବାହା ହେଲେ ସାଂସଦ ଶଶିକଳା

ନୂଆଦିଲ୍ଲୀ : ଅଦାଲତ ରାୟକୁ ଅବମାନନା କରି ରାଜ୍ୟସଭା ସାଂସଦ ତଥା ଏଆଇଏଡିଏମ୍‌କେର ବହିଷ୍କୃତ ନେତ୍ରୀ ଶଶିକଳା ପୁଷ୍ପା ବି ରାମାଶ୍ୱାମୀଙ୍କୁ ନେୂଆଦିଲ୍ଲୀଠାରେ ସୋମବାର ବିବାହ କରିଛନ୍ତି । ବି ରାମାସ୍ୱାମୀଙ୍କ ପୂର୍ବତନ ପତ୍ନୀଙ୍କ ଆବେଦନ କ୍ରମେ ମଦୁରାଇର ପରିବାର ଅଦାଲତ ଏହି ବାହାଘର ଉପରେ ସ୍ଥଗିତାଦେଶ ଲଗାଇଥିଲେ । ମାତ୍ର କୋର୍ଟଙ୍କ ରାୟକୁ ଅବମାନନା କରି ଶଶିକଳା ପୁଷ୍କା ଓ ବି ରାମାଶ୍ୱାମୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପ୍ରକାଶ ଯେ ବି ରାମାସ୍ୱାମୀଙ୍କ ପୂର୍ବତନ ପତ୍ନୀ ଟି ସତ୍ୟପ୍ରିୟା ପୁଷ୍ପା ଓ ତାଙ୍କ ସ୍ୱାମୀଙ୍କ ବିବାହ ବିରୋଧରେ କୋର୍ଟରେ ଆବେଦନ କରିଥିଲେ । ମଦୁରାଇ ପ୍ୟାମିଲ କୋର୍ଟ ମାମଲାର ଶୁଣାଣି କରି ରାମାସ୍ୱାମୀ ଓ ପୁଷ୍ପାଙ୍କ ବିବାହ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ରାମାସ୍ୱାମୀ ଏବଂ ସତ୍ୟପ୍ରିୟାଙ୍କ ଏକ ବର୍ଷର ଏକ କନ୍ୟା ରହିଛି । ଏପଟେ ରାମାସ୍ୱାମୀ ପୂର୍ବତନ ପତ୍ନୀ ସତ୍ୟପ୍ରିୟାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ସତ୍ୟପ୍ରିୟା ଓ ତାର ଭାଇ ମିିଶି ତାଙ୍କ ଝିଅକୁ ନିର୍ଯାତନା ଦେଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ପସ୍କୋ ଆଇନ ୩୨୩, ୫୦୬ରେ ସତ୍ୟପ୍ରୟା ଓ ତାଙ୍କ ଭାଇ ମଣିକାନନ୍ଦନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରକାଶ ଯେ ଏଆଇଏଡିଏମ୍‌କେରୁ ଶଶିକଳା ପୁଷ୍ପାଙ୍କୁ ୨୦୧୬ରେ ନିଲମ୍ବନ କରାଯାଇଥିଲା ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories