www.samajalive.in
Sunday, December 14, 2025
19.1 C
Bhubaneswar

ସୁଷମାଙ୍କ ବିରୋଧରେ ଟ୍ୱିଟ୍‌ର ଭୋଟ କରି ଅଡୁଆରେ କଂଗ୍ରେସ

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିରୋଧରେ ଟ୍ୱିଟ୍‌ର ଭୋଟ କରି କଂଗ୍ରେସ ଅଡୁଆରେ ପଡିଯାଇଛି । କେନ୍ଦ୍ର ମନ୍ତ୍ରୀ ସୁଷମାଙ୍କୁ ଟାର୍ଗେଟ କରି କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ର ଭୋଟ କରାଯାଇଥିଲା । ଏଥିରେ ଇରାକରେ ୩୯ ଭାରତୀଙ୍କ ମୃତ୍ୟୁ; ବିଦେଶ ମନ୍ତ୍ରୀ ଭାବେ ସୁଷମାଙ୍କ ସବୁଠୁ ବଡ଼ ବିଫଳତା ବୋଲି ଆପଣ ଭାବୁଛନ୍ତି କି ? ବୋଲି ପ୍ରଶ୍ନ କରାଯାଇଥିଲା । ଉତ୍ତର ଦେବା ପାଇଁ ହିଁ କିମ୍ବା ନା ଦୁଇଟି ବିକଳ୍ପ ରଖାଯାଇଥିଲା । ୭୬% ଲୋକ କଂଗ୍ରେସର ଏହି ପ୍ରଶ୍ନର ଉତ୍ତର ନାରେ ଦେଇଥିଲେ । ଅର୍ଥାତ ସୁଷମା ବିଦେଶ ମନ୍ତ୍ରୀ ଭାବେ ବିଫଳ ନୁହେଁ ବୋଲି ୭୬% ଭୋଟ ଦେଇଥିଲେ । ମାତ୍ର ୨୪% ଲୋକ ହଁରେ ଭୋଟ ଦେଇଥିଲେ । ମୋଟ ୩୩,୮୭୯ ଟ୍ୱିଟ୍‌ର ବ୍ୟବହାରକାରୀ ଏହି ଟ୍ୱିଟ୍‌ ଭୋଟଦାନରେ ଭାଗ ନେଇଥିଲେ । ସେଥିରୁ ୭୬% ସୁଷମାଙ୍କ ସପକ୍ଷରେ ଭୋଟ ଦେଇଥିଲେ ।

- Advertisement -

ଏଭଳି ପ୍ରଶ୍ନ କରି ଅଡୁଆରେ ପଡିଥିବା କଂଗ୍ରେସକୁ କଟାକ୍ଷ କରି ସୁଷମା କଂଗ୍ରେସର ଏହି ଟ୍ୱିଟ୍‌ର ଭୋଟଦାନକୁ ରିଟ୍ୱିଟ୍‌ କରିଥିଲେ । ଏହି ରିଟ୍ୱିଟ୍‌ରେ ଅନେକ ଲୋକ କଂଗ୍ରେସକୁ ସମାଲୋଚନା କରିଛନ୍ତି । ପ୍ରକାଶ ଯେ ୨୦୧୪ରେ ଇରାକରେ ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୩୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ଗତ ସପ୍ତାହରେ ସୁଷମା ସଂସଦରେ ପ୍ରକାଶ କରିଥିଲେ । ମୃତ୍ୟୁ ଘୋଷଣାରେ ବିଳମ୍ବ କରିଥିବାରୁ ବିରୋଧୀ ଦଳ ବିଜେପିକୁ ସମାଲୋଚନା କରିବା ସହ ବିଦେଶ ମନ୍ତ୍ରୀ ଭାବେ ସୁଷମା ବିଫଳ ହୋଇଛନ୍ତି ବୋଲି କହିଥିଲେ ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories