ଥରେ ଚାର୍ଜ କଲେ ଯିବ ୧୨୦୦ କିଲୋମିଟର, ଦାମ୍ ମାତ୍ର ଏତିକି…

ନୂଆଦିଲ୍ଲୀ : ଚାଇନାର ଇଲେକ୍ଟ୍ରିକ୍ କାର୍ ନିର୍ମାତା କମ୍ପାନୀ ସାଓମା  ଗତ ବର୍ଷ ଛୋଟ ଇ-କାର୍ ବଜାରକୁ ଆଣିଥିଲା । ଏହି କାର ସହିତ କମ୍ପାନୀ ମାଇକ୍ରୋ-ଇଭି କ୍ଷେତ୍ରରେ ମଧ୍ୟ ନିଜ ଭାଗିଦାରୀ ବଢାଇବାକୁ ଚାହୁଁଛି । ବେଷ୍ଟ୍ୟୁନ ସାଓମାର ସିଧା ମୁକାବିଲା ବୁଲିଂ ହେଗଗୁଆଙ୍ଗ ମିନି ଇଭି ସହିତ ହେବ । ଚାଇନାରେ ମାଇକ୍ରୋ ଇଲେକ୍ଟ୍ରିକ୍ କାରର ଚାହିଦା ସବୁଠୁ ଅଧିକ । ଏଫଓଡବ୍ଲୁ ବେଷ୍ଟ୍ୟୁନ ସାଓମାର ଦାମ୍ ୩୦ ହଜାରରୁ ୫୦ ହଜାର ୟୁଆନ(ପ୍ରାୟ ୩.୪୭ ଲକ୍ଷରୁ ୫.୭୮ ଲକ୍ଷ ଟଙ୍କା) ମଧ୍ୟରେ ହେବ । ଆଶା କରାଯାଉଛି କି ଏହାକୁ ଖୁବ୍ ଶୀଘ୍ର ଭାରତୀୟ ବଜାରକୁ ମଧ୍ୟ ଆଣିବ କମ୍ପାନୀ । ଯଦି ଏଭଳି ହୁଏ ତେବେ ଭାରତରେ ଏହାର ସିଧା ମୁକାବିଲା ଟିଆଗୋ ଇଭି ଓ ଏମଜି କମେଟ୍ ସହ ହେବ ।

ଏଫଏଡବ୍ଲୁ ୨୦୨୩ ମସିହା ଆରମ୍ଭରେ ଶାଙ୍ଘାଇ ଅଟୋ ଶୋ’ରେ ବେଷ୍ଟ୍ୟୁନ ସାଓମାକୁ ପ୍ରଦର୍ଶିତ କରିଥିଲା । ଏହାର ହାର୍ଡଟପ୍ ଓ କନଭର୍ଟିବଲ ଉଭୟ ଭେରିଏଣ୍ଟକୁ ପ୍ରଦର୍ଶିତ କରିଥିଲା କମ୍ପାନୀ । ବର୍ତ୍ତମାନ ଏହାର ହାର୍ଡଟପ୍ ଭେରିଏଣ୍ଟକୁ ବିକ୍ରି କରାଯାଉଛି । କାରର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସୁବିଧା ମଧ୍ୟ ଦିଆଯାଉଛି । ଡ୍ୟାଶବୋର୍ଡରେ ଆକର୍ଷକ ଡୁଆଲ ଟୋନ୍ ଥିମ୍ ମିଳୁଛି । ଗାଡିକୁ ଆକର୍ଷକ କରିବା ପାଇଁ ଚାରିକୋଣିଆ ହେଡଲ୍ୟାମ୍ପ ଦିଆଯାଇଛି । ଏହାକୁ ଥରେ ଚାର୍ଜ କଲେ ୮୦୦ କିଲୋମିଟର ଏବଂ ଏକ୍ସଟେଣ୍ଡର ବ୍ୟବହାର କରି ୧୨୦୦ କିଲୋମିଟର ଯାତ୍ରା କରିହେବ । ଏହି ଛୋଟ ଇଭିକୁ ପାଓ୍ବର ଦେବା ପାଇଁ ଏକ ଲିଥିୟମ୍ ଆୟରନ୍ ଫସଫେଟ୍ ୟୁନିଟ୍ ରହିଛି । ଏଥିରେ ମାତ୍ର ୩ଟି ଡୋର୍ ମିଳିବ ।

Comments are closed.