www.samajalive.in
Monday, December 15, 2025
16.1 C
Bhubaneswar

ଏହି ତାରିଖରେ ହେବ ବିହାରରେ ଶପଥ ଗ୍ରହଣ ଉତ୍ସବ

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏବେ ନୂଆ ସରକାର କେବେ ଶପଥ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଏନଡିଏ ଏକ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନୂତନ ସରକାର ଗଠନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି । ସୂତ୍ର ଅନୁସାରେ ଶପତ ଗ୍ରହଣ ଉତ୍ସବ ଆସନ୍ତା ୧୯ କିମ୍ବା ୨୦ତାରିଖରେ ହେବ । ବିହାର ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଏକ ନୂତନ ସରକାର ଗଠନ କରିବାକୁ ପଡିବ । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସପକ୍ଷରେ ଆଶ୍ଚର୍ଯ୍ୟଜନକ ମତଦାନ ପ୍ରକାଶ ପାଇଥିଲା । ଏଠାରେ ଏନଡିଏ ୨୦୨ ଆସନ ପାଇଥିବା ବେଳେ ମହାମେଣ୍ଟକୁ ମାତ୍ର ୩୫ଟି ଆସନ ମିଳିଛି । ଏନଡିଏରେ ବିଜେପିକୁ ୮୯ଆସନ, ଜେଡିୟୁକୁ ୮୫ଆସନ ଏବଂ ଏଲଜେପି ୧୯ଟି ଆସନରେ ବାଜିମାତ କରିଛନ୍ତି । ସେହିପରି ମହାମେଣ୍ଟରେ ଆରଜେଡିକୁ ୨୫ଆସନ ଏବଂ କଂଗ୍ରେସକୁ ମାତ୍ର ୬ଟି ଆସନ ମିଳିଛି । ଏହାବ୍ୟତୀତ ପ୍ରଥମ କରି ନିର୍ବାଚନ ଲଢିଥିବା ଜନସୁରାଜ ପାର୍ଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories