www.samajalive.in
Monday, December 15, 2025
26.1 C
Bhubaneswar

ଆସନ୍ତାକାଲି ଜେଡିୟୁର ବିଧାୟକ ଦଳ ବୈଠକ

ସମାଜ ଡିଜିଟାଲ ଡେସ୍କ: ବିହାରରେ ନୂତନ ସରକାର ଗଠନ ଏବଂ ମେଣ୍ଟ ସରକାରରେ ଅଂଶୀଦାରଙ୍କ ଅଂଶଧନ ପାଇଁ ଫର୍ମୁଲା ଚୂଡାନ୍ତ ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳ ଆସନ୍ତାକାଲି ଏକ ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଛଅ ଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ଫର୍ମୁଲା କାର୍ଯ୍ୟକାରୀ ହୋଇପାରେ । ଅର୍ଥାତ୍‌ ମେଣ୍ଟ ଏଥର ସରକାରରେ ସମସ୍ତ ଦଳକୁ ସାମିଲ କରିବାକୁ ଚାହୁଁଛି ।

ଆସନ୍ତା ୨୨ରେ ବର୍ତ୍ତମାନ ବିହାର ସରକାରଙ୍କ ଶେଷ ଦିନ ରହିଛି । ଏହା ପୂର୍ବରୁ ୧୮ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ ଏବଂ ଶପଥ ଗ୍ରହଣ ସମାରୋହ ୧୯ କିମ୍ବା ୨୦ରେ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ପାଟନାର ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories