ଶାଶୂଘରେ ପହଞ୍ଚିଲାନି ନବବଧୂ, ବାଟରେ ହତ୍ୟାକରି ଗହଣା ଓ କାର୍‌ ଲୁଟ୍‌

0

ମୁଜାଫର ନଗର : ବିବାହ ପରେ ଫେରୁଥିବା ବର-କନ୍ୟାଙ୍କ ଉପରେ ଆକ୍ରମଣ କରି ଡକାୟତମାନେ ନବବଧୂଙ୍କୁ ହତ୍ୟା କରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଗୋଟିଏ କାର୍‌ ଲୁଟି ନେଇଛନ୍ତି। ଶୁକ୍ରବାର ରାତିରେ ଗାଜିଆବାଦରେ ବିବାହ ସାରି କନ୍ୟାକୁ ନେଇ ବରପକ୍ଷ ଲୋକେ ଫେରୁଥିଲାବେଳେ ଦିଲ୍ଲୀ-ଡେରାଡୁନ୍‌ ରାଜପଥ ନିକଟ ମିରଟ୍‌ ଜିଲାର ମାଟୋରଠାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଛ’ଜଣ ଡକାୟତ ଦୁଇଟି କାର୍‌ରେ ଆସି ହଠାତ୍‌ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ସହ ଲୁଟ୍‌ତରାଜ ଆରମ୍ଭ କରିଥିଲେ। ସେମାନଙ୍କ ପ୍ରତିରୋଧ କରି ନବବଧୂ ଫରହାନା ପ୍ରାଣ ହରାଇଥିଲାବେଳେ ବର ଓ ଅନ୍ୟ ୪ଜଣ ଆହତ ହୋଇଛନ୍ତି।

Leave A Reply