www.samajalive.in
Sunday, December 7, 2025
14.1 C
Bhubaneswar

ମଙ୍ଗଳବାର କରନ୍ତୁ ନାହିଁ ଏହିସବୁ କାମ, ହୋଇଥାଏ ଅଶୁଭ

ଆମ ଧର୍ମ ଶାସ୍ତ୍ର ଅନୁସାରେ ସପ୍ତାହର ପ୍ରତ୍ୟେକଟି ଦିନର ଏକ ବିଶେଷ ମହତ୍ୱ ଥାଏ। ପ୍ରତ୍ୟେକ ଦିନକୁ ସକରାତ୍ମକ ଓ ସୁଖମୟ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ଉପାୟ ବିଷୟରେ କୁହାଯାଇଛି। ସପ୍ତାହର କିଛି ଦିନରେ ଏପରି କିଛି କାମ ରହିଛି, ଯାହା କରିବା ଉଚିତ ନୁହେଁ। ସୁଖ-ସମୃଦ୍ଧି ପାଇଁ ମଙ୍ଗଳବାର ଦିନ କିଛି ବିଶେଷ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।

୧- ମଙ୍ଗଳବାର ବିରି ଡ଼ାଲି ଖାଇବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବିରି ଠାଲିକୁ କଳା ଡ଼ାଲି ମଧ୍ୟ କହିଥାଆନ୍ତି, ଯାହାର ସମ୍ବନ୍ଧ ଶନି ଗ୍ରହ ସହ ରହିଛି। ଶନି ଓ ମଙ୍ଗଳ ଗ୍ରହ ଦୁହେଁ ଦୁହିଁଙ୍କର ବିପରୀତ ହୋଇଥାଆନ୍ତି। ତେଣୁ ମଙ୍ଗଳବାର ଦିନ ବିରି ଡାଲି ଖାଇବା ଅନୁଚିତ।
୨- ଶାସ୍ତ୍ର ଅନୁସାରେ, ମଙ୍ଗଳବାର ଦିନ ଭୁଲରେ ମଧ୍ୟ ମାଟି ତାଡ଼ିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।
୩- ମଙ୍ଗଳବାର ବଜାରରୁ କିଛି ଧାରୁଆ ଜିନିଷ ବା ଅସ୍ତ୍ର କିଣି ଘରକୁ ଆଣିବା ଉଚିତ ନୁହେଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
୪- ମଙ୍ଗଳବାର କେଶ ଓ ଦାଢି କାଟିବା ଅନୁଚିତ।
୫- ଏହିଦିନ ଭୁଲରେ ମଧ୍ୟ କାହା ସହ ଝଗଡ଼ା ଓ ମାଡ଼ଗୋଳ କରିବା ଉଚିତ ନୁହେଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories