ମମିତା ମେହେର ହତ୍ୟା ମାମଲା- ପୀଡ଼ିତା ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାପତି

କଣ୍ଟାବାଞ୍ଜି : ଜାତୀୟ ମହିଳା କଂଗ୍ରେସ ସଭାପତି ନିତା ଡିସୁଜା ବଲାଙ୍ଗିର ଜିଲା ଝରଣୀ ଗାଁର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତା ପରିବାରକୁ ଭେଟିଛନ୍ତି। ଶ୍ରୀମତୀ ଡିସୁଜା ମମିତାଙ୍କ ମା ଓ ବାପାଙ୍କୁ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ମମିତାଙ୍କ ମା ଓ ବାପା ହତ୍ୟାକାରୀ ଗୋବିନ୍ଦ ସାହୁଙ୍କୁ ଯେପର୍ଯ୍ୟନ୍ତ ଫାଶି ଦିଆଯାଉ ବୋଲି ତାଙ୍କ ନିକଟରେ ଦାବି କରିଥିଲେ।
ଶ୍ରୀମତୀ ଡିସୁଜା ପୁଲିସ ବ୍ୟାରେକରୁ ଲାଇନ ଚାଲିଯିବା, ଅଭିଯୁକ୍ତ ଗୋବିନ୍ଦ ସାହୁ ସେଠାରୁ ଫେରାର ହୋଇ ୩୬ ଘଣ୍ଟା ପରେ ଗିରଫ ହେବା ପ୍ରସଙ୍ଗରେ ପୁଲିସର କାର୍ଯ୍ୟକଲାପ ଉପରେ ସନ୍ଦେହ କରିବା ସହ ଏହାକୁ ତୀବ୍ରନିନ୍ଦା କରିଥିଲେ। ଏହି ହତ୍ୟାକାଣ୍ଡରେ ପୁଲିସ ଯଦି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ତାହେଲେ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି କହିଥିଲେ।
ମମିତାଙ୍କ ବାପା ଓ ମା’ ସମେତ ପରିବାର ଲୋକଙ୍କୁ ଭେଟିବା ପାଇଁ ଶ୍ରୀମତୀ ଡିସୁଜାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଝରଣୀ ଗାଁକୁ ଯାଇଥିଲେ। ଜାତୀୟ ମହିଳା କଂଗ୍ରେସ ସଭାପତିଙ୍କ ସହ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଛତିଶଗଡ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଫୁଲାଦେବୀ ନେତମ୍, ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ, ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର, ପିସିସି ସମ୍ପାଦକ ସୁଦ୍ଧାଂଶୁ କୁମାର ଦାଶ, ମୁକେଶ ଜୈନ, ଅନିଲ ମେହେର, ଦେବଦତ ମଜଖଣ୍ଡ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଜିଲା ସେବା ଦଳ ସଭାପତି ଅଶିତ ମିଶ୍ର, ପିସିସି ଜେନେରାଲ ସଭାପତି ଭକ୍ତବନ୍ଧୁ ଦୀପ, ପିସିସି ସଭ୍ୟ ବିଦ୍ୟୁତ ତ୍ରପାଠୀ, ଜିଲା ମହିଳା କଂଗ୍ରେସ ସଭାପତି ମିଳଣୀ ସାହୁ, ଯୁବ ନେତା ସେଜି ସିଂ ସାଲୁଜା, ଅନିଲ ବ୍ରଦର, ସମେତ କାଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

kalyan agarbati

Comments are closed.