୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ୨୨.୧୯% ବୃଦ୍ଧି
ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪ ଲକ୍ଷ ୬୨ ହଜାର ୬୬୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ୩ ଲକ୍ଷ ୮୨ ହଜାର ୪୧୪ କୋଟି ଟଙ୍କା ଥିଲା। ଏହା ୨୦.୯୯% ବୃଦ୍ଧିକୁ ଦର୍ଶାଉଛି।
୪,୬୨,୬୬୪ କୋଟି ଟଙ୍କାର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ମଧ୍ୟରେ ନିଗମ ଟିକସ ୧,୮୦,୯୪୯ କୋଟି ଟଙ୍କା ଏବଂ ବ୍ୟକ୍ତିଗତ ଆୟକର ୨,୮୧,୦୧୩ କୋଟି ଟଙ୍କା ଅନ୍ତର୍ଭୁକ୍ତ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ଆଦାୟର ଅସ୍ଥାୟୀ ତଥ୍ୟ ୫,୧୫,୯୮୬ କୋଟି ଟଙ୍କା ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୪,୨୨,୨୯୫ କୋଟି ଟଙ୍କାଥିଲା, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷର ଆଦାୟ ତୁଳନାରେ ୨୨.୧୯% ବୃଦ୍ଧି ଦର୍ଶାଉଛି।
ନିଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଓ ଏନଟିଏକୁ କହିଲେ ସୁପ୍ରିମକୋର୍ଟ – ୦.୦୦୧% ଅବହେଳା ହେଲେ ମଧ୍ୟ ସମାଧାନ ଜରୁରୀ
୫,୧୫,୯୮୬ କୋଟି ଟଙ୍କାର ମୋଟ ଆଦାୟ ମଧ୍ୟରେ କର୍ପୋରେସନ ଟ୍ୟାକ୍ସ ୨,୨୬,୨୮୦ କୋଟି ଟଙ୍କା ଏବଂ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ ସମେତ ବ୍ୟକ୍ତିଗତ ଆୟକର ୨,୮୮,୯୯୩ କୋଟି ଟଙ୍କା ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଜୁନ ୬ ସୁଦ୍ଧା ୫୩,୩୨୨ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି, ଯାହା ପୂର୍ବ ବର୍ଷର ସମାନ ଅବଧିରେ ପ୍ରଦାନ କରାଯାଇଥିବା ରିଫଣ୍ଡ ତୁଳନାରେ ୩୩.୭୦% ଅଧିକ ଅଟେ।
Comments are closed.