www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀରେ ବଲିଉଡ଼୍ ଅଭିନେତ୍ରୀ ନୀଲମ୍ କୋଠାରୀ

ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ବଜାରକୁ ନୂଆ ଗ୍ରାଣ୍ଡ୍ ଭିଟାରାର ପ୍ରବେଶ ହୋଇଛି। ଏହି ଅବସରରେ ବଲିଉଡ ଅଭିନେତ୍ରୀ ନୀଲମ କୋଠାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆ ଗ୍ରାଣ୍ଡ ଭିଟାରକୁ ବଜାର ପ୍ରବେଶ କରାଇଥିଲେ ଓ ଗାଡ଼ି କ୍ରୟ କରିଥିବା ପ୍ରଥମ ୧୫ ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ସେହିଭଳି ଗ୍ରାହକଙ୍କୁ ୧୫ ବୁକିଂ ଡ଼କେଟ୍ ପ୍ରଦାନ କରାଯାଇଥିଲା। ତୁସି ମୋଟର୍ସ ପ୍ରାଇଭେଟ୍ ଲିମିଟେଡ଼୍ ପକ୍ଷରୁ ନୂଆ କାର୍, ସର୍ଭିସ୍ ଏବଂ ସ୍ପେୟାର କ୍ରୟ କ୍ଷେତ୍ରରେ ଲୟାଲ କଷ୍ଟମର୍ କାର୍ଡ଼ ସୁବିଧାର ଆରମ୍ଭ ମଧ୍ୟ କରାଯାଇଛି। କମ୍ପାନୀ ପକ୍ଷରୁ ଏହି ମଡ଼େଲ୍ର ରିଟେଲ୍ ବିକ୍ରି ଆରମ୍ଭ କରାଯାଇଛି। ଏଥିରେ ଗ୍ରାହକ ନେକ୍ସାର ସିଗ୍ନେଚର୍ ଡ଼ିଜାଇନ୍ ପାଇପାରିବେ। ଏହି ପ୍ରିମିୟମ୍ ଏସ୍ୟୁଭିଟିରେ ଆକର୍ଷଣୀୟ ପାୱାରଟ୍ରେନ୍ ବିକଳ୍ପ, ଡ଼ାଇନମିକ୍ ଏବଂ ଆଗ୍ରେସିଭ୍ ଏକ୍ସଟେରିୟର ଡ଼ିଜାଇନ୍ ପ୍ରାଚୁର୍ଯ୍ୟପୂର୍ଣ୍ଣ ଇଣ୍ଟେରିୟର୍, ଅତ୍ୟାଧୁନିକ ଟେକ୍ନାଲୋଜି ବିଶିଷ୍ଟ ନିରାପତ୍ତା ବୈଶିଷ୍ଟ୍ୟ, ୬ ଏୟାର ବ୍ୟାଗ୍ ସୁବିଧା ସହ ଆରାମ ଉପଲବ୍ଧ ହେବ। ଯୁବବର୍ଗଙ୍କ ଚାହିଦାକୁ ନଜରରେ ରଖି ଯାନଟିକୁ ପ୍ରସ୍ତୁତ କରାଯାଇଛି। ଏହା ଦେଶର ଏସ୍ୟୁଭି କ୍ଷେତ୍ରରେ ଏକ ବିପ୍ଳବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ କଟିଂ ଏଜ୍ ଇଣ୍ଟେଲିଜେଣ୍ଟ ଇଲେକ୍ଟ୍ରିକ୍ ହାଇବ୍ରିଡ଼୍ ପାୱାରଟ୍ରେନ୍ ଏବଂ ସର୍ବୋତ୍ତମ ଇନ୍ଧନ ଦକ୍ଷତା ଗ୍ରାହକଙ୍କୁ ମିଳିବ। ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦାକୁ ନଜରରେ ରଖି ଯାନଟିରେ ପ୍ରଗତିଶୀଳ ସ୍ମାର୍ଟ ହାଇବ୍ରିଡ଼୍ ଟେକ୍ନେଲୋଜି ଏବଂ ସୁଜୁକିର ଅଲଗ୍ରୀପ ସିଲେକ୍ଟ ଟେକ୍ନୋଲୋଜି ସୁବିଧା ଦିଆଯାଇଛି। ମାରୁତି ସୁଜୁକିର କେ ସିରିଜ ୧.୫ ଲିଟର ଡ଼ୁଆଲ ଜେଟ୍, ଡ଼ୁଆଲ ଭିଭିଟି ଇଞ୍ଜିନ୍ ରହିଛି। ଏହାର ଲିଟର ପିଛା ମାଇଲେଜ୍ ୨୧.୧ କିମି ରହିଛି। ଏହା ସ୍ପିଡ଼୍ ମାନୁଆଲ୍ ଏବଂ ୬ ସ୍ପିଡ଼୍ ଅଟୋମେଟିକ୍ ଟ୍ରାନ୍ସମିଶନ ସହ ଆସୁଛି। ଯାନଟିର ବଜାର ଦର ୧୦.୪୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୭.୫ ଲକ୍ଷ ଟଙ୍କା ଯାଏ ରହିଛି। ଏହି କାର୍ଯ୍ୟକ୍ରମରେ ତୁସି ମୋଟର୍ସର ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories