mission shakti banner

ପଞ୍ଚୁକ ଉପଲକ୍ଷେ ଭାଗବତ ପାରାୟଣ

bjd gruha runa banner

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଟାମ୍ପରକେଲା ଗ୍ରାମର ଜଗନ୍ନଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଉପଲକ୍ଷେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ସମ୍ବଲପୁର ଗୋଲୁଣ୍ଡା ଭାଗବତ ମଣ୍ଡଳିର ଭରତ ବଗର୍ତ୍ତି ଏବଂ ତାଙ୍କ ସାଥୀ ମନୋହର ପଧାନ, ଗୋବର୍ଦ୍ଧନ ସାହୁ, ଜୟରାମ, ହରିବନ୍ଧୁ କଠାର, ଅଯୋଧ୍ୟା ମେହେର ଏବଂ ଦେବାନ ନାୟକଙ୍କ ଦ୍ୱାରା ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପରିବେଷଣ କରାଯିବା ସହିତ ଏହାର ବ୍ୟାଖ୍ୟାନ କରଯାଇଛି। ଟାମ୍ପରକେଲା କୀର୍ତ୍ତନ ମଣ୍ଡଳିର ପରିଚାଳକ ଟିକେଶ୍ୱର ଭୋଇ, ସଚିତାନନ୍ଦ ସାହୁ, ସୌଦାଗର ସାହୁ, ଚିତ୍ତରଞ୍ଜନ ସାହୁ, ଲାଲମୋହନ ପଧାନ, ସୌଦାଗର ଦୀପ, ସଞ୍ଜୀବ ପଧାନ, ନିଳାଞ୍ଚଳ ବାରିକ, ଶରତ ପୂଜାରୀରବିନ୍ଦ୍ର ପଧାନ, ଭାଗବତୀ ଖମାରୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ଏବଂ ପରିଚାଳିତ ହୋଇଛି।

Comments are closed.