ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡାଠାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟରେ ଯୁକ୍ତ ୨ କଳା ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ଅଧ୍ୟକ୍ଷ ଡ.ବସନ୍ତକୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ବାଗତ ସମାରୋହରେ ଅଧ୍ୟାପିକା ମଧୁମିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟକ୍ଷ ଡ. ନାଏକ ନବାଗତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମହାବିଦ୍ୟାଳୟର ଶୃଙ୍ଖଳା ମାନି ସମୟାନୁବର୍ତ୍ତିତା ହୋଇ କଠିନ ଅଧ୍ୟବସାୟର ସହିତ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ବିଶ୍ୱନାଥ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ନନ୍ଦିନୀ ମହାନନ୍ଦ ସଭା ପରିଚାଳନା କରିଥିଲେ।
Popular Categories



