www.samajalive.in
Sunday, December 14, 2025
17.1 C
Bhubaneswar

ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଅଟୋମେସନ୍‌ କ୍ଷେତ୍ରରେ ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ଆଜି ମଞ୍ଚେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟର (ଡବ୍ଲ୍ୟୁଏସସି) ଏବଂ ଏବିବି ଇଣ୍ଡିଆ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ୱାଲର୍ଡ ସ୍କିଲ୍‌ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋବୋଟିକ୍ସ ଟେକ୍‌ନୋଲୋଜି ଦକ୍ଷତା ବୃଦ୍ଧି କାର୍ଯ୍ୟରେ ଏହା ସହାୟକ ହେବ। ଯେଉଁ ପ୍ରଶିକ୍ଷାର୍ଥୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନେ ଭବିଷ୍ୟତରେ ଅନ୍ୟ କର୍ମଚାରୀମାନଙ୍କୁ ଏହି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବେ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଫଳରେ ଏବିବି ୱାଲର୍ଡ ସ୍କିଲ୍‌ ସେଣ୍ଟର ପାଇଁ ୫୦ଟି ରୋବୋଟ୍‌ ଷ୍ଟୁଡିଓ ନେଟ୍‌ୱାର୍କ ମାଗଣାରେ ପ୍ରଦାନ କରିବ। ପ୍ରତିବର୍ଷ ଏହା ନବୀକରଣ କରାଯିବ ଏବଂ ଏତଦ୍‌ବ୍ୟତୀତ ୱାଲର୍ଡ ସ୍କିଲ୍‌ ସେଣ୍ଟରର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ଦୁଇଥର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଏବିବି ରୋବୋଟିକ୍ସର ଜନ୍‌ ଲିଓ ଇଗ୍‌ନାଟିଅସ୍‌, ୱାଲର୍ଡ ସ୍କିଲ୍‌ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଳକା ଆରୋରା ମିଶ୍ର, ଅଧ୍ୟକ୍ଷ ସଂଗାରନ୍‌ ଗୋପାଲ, ନିର୍ଦ୍ଦେଶକ ଚିଓ ଇଙ୍ଗ୍‌ ଚୁନ୍‌, ସୁପିଆ ନାଗାମଲ୍‌, କେର୍‌ୱିନ୍‌ ହିଙ୍ଗ୍‌ ଏବଂ ଉପନିର୍ଦ୍ଦେଶକ ଶୁଭାଶିଷ ଦାସ, ସୁଶ୍ରୀ ଏସ୍‌. ସାହୁ, ଆଶୁତୋଷ ଏନ୍‌. ଦେ, ଉପାଧ୍ୟକ୍ଷ ଡ. ଶୁଭାଙ୍ଗ କେ. ଦାସଙ୍କ ସମେତ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories