www.samajalive.in
Friday, December 12, 2025
17.1 C
Bhubaneswar

ଗ୍ରୀଷ୍ମ ପ୍ରବାହ ଓ ଜଙ୍ଗଲ ନିଆଁର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା

ଡେସ୍କ: ଗ୍ରୀଷ୍ମ ପ୍ରବାହ ଏବଂ ଜଙ୍ଗଲ ନିଆଁର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଗ୍ରୀଷ୍ମ ପ୍ରବାହ ଏବଂ ଜଙ୍ଗଲ ନିଆଁର ସାମ୍ପ୍ରତିକ ସ୍ଥିତି ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ।

ଜିତିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ କମ୍ପାନୀର ସେୟାର ବଢିଲା, ପଇସା ଡବଲ…

- Advertisement -

ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ୨୦୨୪ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱାଭାବିକ ଠାରୁ ୧୦-୨୨ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ଜୁନ୍ ମାସର ପୂର୍ବାନୁମାନ ଅନୁଯାୟୀ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର କେନ୍ଦ୍ରୀୟ ଭାରତର ଆଖପାଖ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ରହିବ। ଆଇଏମଡି ତରଫରୁ ଗ୍ରୀଷ୍ମ ପ୍ରବାହ ନେଇ ନିୟମିତ ସତର୍କ ସୂଚନା ପଠାଯାଉଛି।

ମୋଦୀ-ଶାହ ନିବେଶକଙ୍କ ୩୦ ଲକ୍ଷ କୋଟି ବୁଡାଇଛନ୍ତି: ରାହୁଲ

ଏନଡିଏମଏ ଆହୁରି ମଧ୍ୟ ସୂଚନା ଦେଇଛି ଯେ ଅକ୍ଟୋବର ୨୦୨୩ରୁ କେନ୍ଦ୍ର ମନ୍ତ୍ରଣାଳୟ/ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଏକାଧିକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି। କଣ୍ଟ୍ରୋଲ ରୁମ୍ ସକ୍ରିୟ କରିବା, ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଲାଗୁ କରିବା, ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା, ଅତ୍ୟାବଶ୍ୟକ ଔଷଧ ଓ ଓଆରଏସ୍ ଉପଲବ୍ଧତା ସମେତ ସ୍ୱାସ୍ଥ୍ୟ ସୁବିଧାର ପ୍ରସ୍ତୁତି ଏବଂ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଅଗ୍ନି ନିରାପତ୍ତା ଅଡିଟ୍ ନିୟମିତ କରିବା ଏବଂ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ସମୟ ହ୍ରାସ କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କ ସହ ସ୍ଥିତିର ସମୀକ୍ଷା ଓ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱଳ୍ପକାଳୀନ, ମଧ୍ୟମ କାଳୀନ ଏବଂ ଦୀର୍ଘମିଆଦୀ ପଦକ୍ଷେପଗୁଡ଼ିକର ନିୟମିତ ସମୀକ୍ଷା ଏବଂ ତଦାରଖ କରିବାକୁ କ୍ୟାବିନେଟ୍ ସଚିବ ମୁଖ୍ୟ ଶାସନ ସଚିବମାନଙ୍କୁ ଅନୁରୋଧ କରିଛନ୍ତି। ଜଳ ଯୋଗାଣର ଉତ୍ସଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ବୃଦ୍ଧି ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ଅନୁଷ୍ଠାନର ଅଗ୍ନି ନିରାପତ୍ତା ଅଡିଟ୍ ନିୟମିତ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଜଙ୍ଗଲ ନିଆଁ ପରିଚାଳନା ଉପରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏକ ଉପସ୍ଥାପନା କରି ଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁର ମୁକାବିଲା ପାଇଁ କାର୍ଯ୍ୟ ଯୋଜନା ଏବଂ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ମୋବାଇଲ ଏସ୍ ଏମ୍ ଏସ୍ ଏବଂ ଇମେଲ୍ ମାଧ୍ୟମରେ ନିୟମିତ ଜଙ୍ଗଲ ନିଆଁ ସତର୍କସୂଚନା ପ୍ରସାର କରାଯାଉଛି ବୋଲି ସୂଚନା ଦିଆଯାଇଛି।

କ୍ୟାବିନେଟ ସଚିବ କହିଛନ୍ତି ଯେ ଜୁନ୍ ୨, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜଙ୍ଗଲ ନିଆଁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟା ପରିସ୍ଥିତି ଭଳି ଜଙ୍ଗଲ ନିଆଁର ମୁକାବିଲା ପାଇଁ ନିୟମିତ ପ୍ରସ୍ତୁତି ବ୍ୟବସ୍ଥା ଓ ବାର୍ଷିକ ଅଭ୍ୟାସ ବ୍ୟବସ୍ଥା କରାଯାଇପାରିବ। ପ୍ରତିଷେଧକ ଏବଂ ତ୍ୱରିତ ଓ ପ୍ରଭାବଶାଳୀ ପ୍ରତିକ୍ରିୟା ଉପରେ ଧ୍ୟାନ ଦେଇ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ୍।

ଗ୍ରୀଷ୍ମ ପ୍ରବାହ ଏବଂ ଜଙ୍ଗଲ ନିଆଁ ଜନିତ ଆହ୍ୱାନର ମୁକାବିଲା କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଉତ୍ତମ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କ୍ୟାବିନେଟ୍ ସଚିବ କହିଛନ୍ତି। କ୍ୟାବିନେଟ୍ ସଚିବ ରାଜ୍ୟମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସର୍ବୋତ୍ତମ ପ୍ରସ୍ତୁତି ସୁନିଶ୍ଚିତ କରିବା ଏବଂ ଠିକ୍ ସମୟରେ ପ୍ରଶମନ ଓ ପ୍ରତିକ୍ରିୟା ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ / ବିଭାଗଗୁଡିକ ସେମାନଙ୍କ ସହିତ ଘନିଷ୍ଠ ଭାବରେ ଯୋଗାଯୋଗ କରୁଛନ୍ତି।

କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories