www.samajalive.in
Saturday, December 13, 2025
17.1 C
Bhubaneswar

କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତ ଖାଇଲେ ଚାପୁଡ଼ା। ଚଣ୍ଡିଗଡ଼ ବିମାନ ବନ୍ଦରରେ ଗୁରୁବାର ଅପରାହ୍ନରେ ଜଣେ ମହିଳା ସିଆଇଏସଏଫ ସୁରକ୍ଷା କର୍ମୀ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ କୁଲବିନ୍ଦର କୌର ବୋଲି ଜଣାପଡ଼ିଛି। ଏନେଇ କଙ୍ଗନା ସୁରକ୍ଷା କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କୁହାଯାଉଛି ଯେ, କୃଷକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ କୁଲବିନ୍ଦର କୌର ତାଙ୍କ ଉପରେ ରାଗିଥିଲେ।


ସୂଚନା ଅନୁସାରେ, କଙ୍ଗନା ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବା ପାଇଁ ଶହୀଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସିକ୍ୟୁରିଟି ଯାଞ୍ଚ ପାଇଁ ଯାଇଥିବାବେଳେ ସିଆଇଏସଏଫ ଗାର୍ଡ ଜଣକ ତାଙ୍କୁ କହିଥିଲେ ଯେ, ମାଡାମ୍‌ ଆପଣ ବିଜେପିରୁ ଜିତିଛନ୍ତି। ଆପଣଙ୍କ ଦଳ କୃଷକମାନଙ୍କ ପାଇଁ କାହିଁକି କିଛି କରୁନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିଆଇଏସଏଫ ଗାର୍ଡ଼ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories