www.samajalive.in
Saturday, December 13, 2025
23.1 C
Bhubaneswar

ଧାମରାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୧, ମୁଖ୍ୟ ଆସାମୀ ଏବେ ବି ଫେରାର

ଧାମରା: ଚଳିତ ନିର୍ବାଚନ ସମୟରେ ରାଜ୍ୟ ବିଜେପି ଯୁବ ମୋର୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ତାଙ୍କର ୩ ସହଯୋଗୀ ମାନଙ୍କୁ ମରଣାତ୍ନକ ଆକ୍ରମଣ ଘଟଣା ଘଟିବାର ୯ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ମାନଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି ବୋଲି ବିଜେପି ଦାବୀ କରିଛି। ଇତି ମଧ୍ୟରେ ରାଜ୍ୟରେ ବିଜେପି ସରକାର ଗଠନ କରିବାର ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ର ରାଜ୍ୟ ସଭାପତିଙ୍କ ସମେତ ବହୁ ନେତା ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି। ମାତ୍ର ବିଜେପି ଯୁବ ମୋର୍ଚା ସଭାପତି ଅଭିଳାଷ ପଣ୍ଡା ଏବେବି ସଂପୂର୍ଣ ସୁସ୍ଥ ହୋଇ ନାହାନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବାଂଶଡା ଥାନାଧିକାରୀ ଗତ ୨୯ତାରିଖ ଦିନ ୫ ଅଭିଯୁକ୍ତ ଙ୍କୁ ଏବଂ ଜୁନ ୩ତାରିଖ ଦିନ ଅନ୍ୟ ୫ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କରଞମାଳ ପଂଚାୟତର ପ୍ରମୋଦ ନାୟକ (ଦିଲୁ)ଙ୍କୁ ମଧ୍ୟ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବାଂଶଡା ପୁଲିସ । ଏହି ମାମଲାରେ  ବାଂଶଡା ପୁଲିସ ପକ୍ଷପାତିତା କରି ମୁଖ୍ୟ ଆସାମୀଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନକରୁଛି ବୋଲି ଚାନ୍ଦବାଲି ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

- Advertisement -

ମୁଦାଲା ଭାବେ କ୍ରମିକ ନଂ ୧ ରୁ ଆରମ୍ଭ କରି ୧୦ପର୍ଯ୍ୟନ୍ତ ଥିବା କ୍ରମିକ ସଂଖ୍ୟାରେ ଥିବା ଆସାମୀ ମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଧାୟକଙ୍କ ଚାପରେ ବାଂଶଡା ଥାନାଧିକାରୀ ଏମାନଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି। ଶିକ୍ଷକ ନେତା ମନୋରଞନ ମହାନ୍ତି, ଅକ୍ଷୟ ନାୟକ, ନିତ୍ୟାନନ୍ଦ ପ୍ରଧାନ, ସୁଦର୍ଶନ ମଲିକ ଏବଂ ମଣ୍ଟୁ ନାୟକ ନାମରେ ଏତଲା କଟାଯାଇଥିବା ବେଳେ ତୁରନ୍ତ ଏହି ଆସାମୀ ମାନଙ୍କୁ ଗିରଫ କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ ପୂର୍ବରୁ ନିଜର ପ୍ରତିକ୍ରିୟା ରଖିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories