www.samajalive.in
Friday, December 12, 2025
19.1 C
Bhubaneswar

ଜିତିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ କମ୍ପାନୀର ସେୟାର ବଢିଲା, ପଇସା ଡବଲ…

ନୂଆଦିଲ୍ଲୀ : ତେଲୁଗୁ ଦେଶମ ପାର୍ଟି(ଟିଡିପି) ସହ ଜଡିତ ଏକ କମ୍ପାନୀର ସେୟାର ଦାମ୍ ଲୋକସଭାରେ ଏନଡିଏକୁ ବହୁମତ ମିଳିବା ପରେ ବଢିବାରେ ଲାଗିଛି । ଟିଡିପିର ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ଏହି କମ୍ପାନୀ ମାସକରେ କମାଲ କରି ଦେଖାଇଛି । ଗତ କିଛି ଦିନରେ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

୩ ଦିନରେ ଏହି ଷ୍ଟକ୍ ନିବେଶକଙ୍କୁ ୪୩ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଗତ ୧୦ ଦିନରେ ଏହାର ସେୟାର ୫୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଏହି ଷ୍ଟକ୍ ହେଉଛି ହେରିଟେଜ ଫୁଡ୍ସ ଲିମିଟେଡ୍ । ୧୯୯୨ ମସିହାରେ ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ନାଇଡ୍ ଏହାକୁ ସ୍ଥାପନ କରିଥିଲେ । ଗୁରୁବାର କମ୍ପାନୀର ସେୟାର ଦାମ୍ ବୃଦ୍ଧି ପାଇ ୬୦୧.୬୦ ଟଙ୍କାରେ ପହଞ୍ଚିଛି । ସୋମବାର ଏହା ୨୦ ପ୍ରତିଶତ ବୃଦ୍ଧି ପାଇ ୫୪୬.୯୫ ଟଙ୍କାରେ ପହଞ୍ଚିଥିଲା ।

- Advertisement -

ହେରିଟେଜ୍ ଫୁଡ୍ସର ସେୟାର ନିବେଶକଙ୍କ ଧ୍ୟାନ ଆକର୍ଷିତ କରୁଛି କାରଣ ଏହା ସ୍ପଷ୍ଟ ହୋଇଯାଇଛି କି ତେଲୁଗୁ ଦେଶମ ପାର୍ଟି(ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନିକଟରେ ସେ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ବିଜୟୀ ହୋଇଛନ୍ତି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories