ଇଣ୍ଡିମେଣ୍ଟରେ ଫାଟ – ୩୭ ଆସନ ଜିତିବାରୁ ଅଖିଳେଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି

ନୂଆଦିଲ୍ଲୀ – ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ଇଣ୍ଡିମେଣ୍ଟ ଭଲ ପ୍ରଦର୍ଶନ କରିଛି । ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟର ସହଯୋଗୀ ସମାଜବାଦୀ ପାର୍ଟି ବେଶ୍‌ ଭଲ ପ୍ରଦର୍ଶନ କରିଛି । ଦଳ ରାଜ୍ୟରେ ୩୭ଟି ଆସନରେ ବିଜୟ ଲାଭ କରିଛି । ଏହାପରେ ମେଣ୍ଟର ସରକାର ଗଠନ କରିବା ନେଇ କସରତ ଆରମ୍ଭ ହୋଇଛି । ତେବେ ଏନ୍‌ଡିଏ ପୂର୍ଣ୍ଣ ବହୁମତ ହାସ କରିଥିବାରୁ ଇଣ୍ଡି ମେଣ୍ଟ କିପରି ସରକାର ଗଠନ କରି ହେବ ତାହାର ବିକଳ୍ପ ସନ୍ଧାନରେ । ସପା ଭଲ ପ୍ରଦର୍ଶନ କରିବା ପରେ ଦିଲ୍ଲୀରେ ଏହାର କାର୍ଯ୍ୟକର୍ତ୍ତା ଅଖିଳେଶ ଯାଦବଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି ।

prayash

ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ ଉତ୍ତରପ୍ରଦେଶ ରେ ଜନତା ପ୍ରସଙ୍ଗ ଭିତ୍ତିରେ ମତଦାନ କରିଥିବା କଥା ଅଖିଳେଶ ଯାଦନ କହିଛନ୍ତି । ବହୁତ ଲୋକଙ୍କୁ ସନ୍ତୁଷ୍ଟ କରି ସରକାର ଗଠନ କରାଯାଏ ବୋଲି ସେ କହିଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ କାମରେ ଲୋକ ଖୁସୀ ନଥିବାରୁ ଏପରି ଫଳାଫଳ ହୋଇଛି ବୋଲି ଅଖିଳେଶ ସୂଚନା ଦେଇଛନ୍ତି ।

 

Comments are closed.