Patra electronics

ସୌରିନ ଭଟ୍ଟଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି କଲେ ଏସଡିଜେଏମ କୋର୍ଟ

କଟକ: ଯୌନ ନିର୍ଯାତନା ମାମଲାରେ ସୌରିନ ଭଟ୍ଟଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। କମିଶନରେଟ ପୁଲିସର ଆବେଦନକୁ ଗ୍ରହଣ ଏସଡିଜେଏମ କୋର୍ଟ ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଏନବିଡବ୍ଲ୍ୟୁ ବା ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ଫଳରେ ଯେକୌଣସି ସମୟରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ପୁଲିସ ଗିରଫ କରିପାରେ ବୋଲି ଜଣାପଡ଼ିଛି। ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି। ଏନବିଡବ୍ଲ୍ୟୁ ଜାରି ପରେ ଯଦି ସୌରୀନ ଭଟ୍ଟଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୁଏ ତାହେଲେ ତାଙ୍କୁ ପଳାତକ ଘୋଷଣା କରାଯିବ ଏବଂ ତାଙ୍କର ସମ୍ପତ୍ତି ବାଯ୍ୟାପ୍ତ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଜୁନ୍ ୧୨ ତାରିଖରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୌରିନ ଭଟ୍ଟ ବିବାହିତ ଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ, କିନ୍ତୁ ଯୁବତୀଙ୍କୁ ସୌରିନ ଭଟ୍ଟ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ନାମଞ୍ଜୁର କରିଥିଲେ।

Comments are closed.