www.samajalive.in
Monday, December 15, 2025
24.1 C
Bhubaneswar

ଦାରିଦ୍ର୍ୟରେ ପରୀ ପରିବାର : ଗାଈ ବିକା ଟଙ୍କା ସରିଲା, ଅଟୋ ବିକିବେ

ନୟାଗଡ଼ : କଥାରେ ଅଛି ଆଖି ଗଲା, କଉଡ଼ି ବି ଗଲା। ଏଭଳି କରୁଣ ଅବସ୍ଥାରେ ପଡ଼ିଛନ୍ତି ପରୀ ପରିବାର। ଲକ୍ଷ୍ମୀପ୍ରତିମା ପରି ଝିଅକୁ ହରାଇ ପିତା ଅଶୋକ ସାହୁ ଏବଂ ମାଆ ସୌଦାମିନୀ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ମଙ୍ଗଳବାର ଥିଲା ପବିତ୍ର ପୋଢ଼ୁଆଁଷ୍ଟମୀ (ପ୍ରଥମାଷ୍ଟମୀ)। ପ୍ରତିବର୍ଷ ଖୁବ ଜାକଜମକରେ ଗେହ୍ଲା ଝିଅ ପରୀର ପୋଢ଼ୁଆଁଷ୍ଟମୀ କରି ଆସୁଥିଲେ। ଆଜି ଦିନରେ ତାର ଅନୁପସ୍ଥିତିକୁ ନେଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଦମ୍ପତ୍ତି। ଲୁହର ଝରଣା ସତେ ଯେଭଳି ଆଖିରୁ ନୁହେଁ ଛାତି ଚିରି ରକ୍ତ ହୋଇ ବୋହୁଛି ଅଶୋକ ଓ ସୌଦାମିନୀଙ୍କଠାରୁ। ପରୀ ଥିଲା ସେମାନଙ୍କର ଏକୋଇରବଳା ବିଶିକେଶନ। ହତ୍ୟାକାଣ୍ଡ ପରେ କେତେକ ଲୋକ ଅଶୋକଙ୍କୁ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥିଲେ।

ଏପରିକି ତାଙ୍କର ବଞ୍ଚିବା ପାଇଁ ଏକମାତ୍ର ସାଧନ ଥିବା ଅଟୋଟିକୁ ମଧ୍ୟ ବାଡ଼େଇ ଭାଙ୍ଗି ଦେଇ ଅଚଳ କରିଦେଲେ। ଗ୍ରାମବାସୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଦମ୍ପତି ବାଧ୍ୟ ହୋଇ ଶ୍ୱଶୁର ଘର ଯୋଗିଆପଲ୍ଲୀକୁ ଚାଲି ଯାଇଛନ୍ତି। ଶ୍ୱଶୁରଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ। ଦହିବରା ଆଳୁଦମ ବିକ୍ରି କରି ସେ ତାଙ୍କ ପରିବାରକୁ କୌଣସି ମତେ ଚଳାଇ ଆସୁଥିଲେ। ନାତୁଣୀ ପରୀର ମୃତ୍ୟୁ ପରେ ତାଙ୍କର ବେପାର ବନ୍ଦ ହୋଇଯାଇଛି। ଏଭଳି ଆର୍ଥିକ ଦୁଃସ୍ଥିତି ସମୟରେ ଝିଅ-ଜ୍ବାଇଁ ତାଙ୍କ ଘରେ ଆଶ୍ରୟ ନେଇଥିବାରୁ ଶ୍ବଶୁରଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ଗାଁ ଛାଡ଼ି ଶ୍ୱଶୁର ଘରକୁ ଯିବା ପୂର୍ବରୁ ଅଶୋକ ନିଜର ଦୁହାଁଳିଆ ଗାଈ ଏବଂ ବାଛୁରୀକୁ ବାଧ୍ୟ ହୋଇ ବିକ୍ରି କରିଦେଇଥିଲେ। ଗାଈ ବାଛୁରୀ ବିକ୍ରି ଟଙ୍କାରେ ଶ୍ୱଶୁର ଘରେ କୌଣସି ମତେ ଚଳୁଥିଲେ। ଏହି ସ୍ୱଳ୍ପ ଟଙ୍କାରେ ଆଉ କେତେ ଦିନ ବା ସେମାନେ ଚଳିବେ ?

- Advertisement -

ଏଥିଯୋଗୁଁ ଏବେ ସେମାନଙ୍କୁ ଘୋର ଆର୍ଥିକ ଚିନ୍ତା ଘାରିଛି। ଘରେ ହାତବାନ୍ଧି ବସିଥିବା ବୟସ୍କ ଶ୍ୱଶୁରଙ୍କ ଉପରେ କେତେଦିନ ବୋଝ ହୋଇ ରହିବେ ? ଏଥିରେ ମ୍ରିୟମାଣ ହୋଇ ଏକମାତ୍ର ସମ୍ବଳ ଭଙ୍ଗା ଅଟୋଟିକୁ ବିକ୍ରି କରିବାକୁ ଅଶୋକ ମନସ୍ତ କରିଛନ୍ତି। ଏଥିରୁ ଯାହାକିଛି ଟଙ୍କା ମିଳିବ ତାହାକୁ ନେଇ ଅନ୍ତତଃ ପକ୍ଷେ କିଛିଦିନ ବଞ୍ଚି ଯିବେ ବୋଲି ଚିନ୍ତା କରିଛନ୍ତି ଅଶୋକ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories