ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମ ଗତ ଅଢ଼େଇ ବର୍ଷ ମଧ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡି କହିଛନ୍ତି ଯେ, ୨୦୧୮ ମସିହାରେ ୧୪୩ ଟି ଅନୁପ୍ରବେଶ ଉଦ୍ୟମ ହୋଇଥିବାବେଳେ ୨୦୧୯ରେ ୧୪୧ଟି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ତେବେ ଚଳିତବର୍ଷ ଗତ ଜୁଲାଇ ମାସ ସୁଦ୍ଧା ମାତ୍ର ୪୮ ଥର ଅନୁପ୍ରବେଶ ଉଦ୍ୟମ ହୋଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ୨୦୧୮ ମସିହାରେ ଜାମ୍ମୁ ଓ କାଶ୍ମୀରରେ ୨୫୭ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ୧୫୭ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।
ଜାମ୍ମୁ-କାଶ୍ମୀରରେ ହ୍ରାସ ପାଇଛି ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ
Popular Categories



