www.samajalive.in
Sunday, December 7, 2025
26.1 C
Bhubaneswar

ନୱାଜ ସରିଫ ଗୁରୁତର : ବିଦେଶରେ ଚିକିତ୍ସା ନ କରିବାରୁ ବିଗୁଡୁଛି ସ୍ବାସ୍ଥ୍ୟାବସ୍ଥା

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ଗୁରୁତର ହୋଇ ପଡିଛନ୍ତି। ଦିନକୁଦିନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏହି ସମୟରେ ତାଙ୍କର ବିଦେଶ ଯାଇ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ରବିବାର ସେ ଉନ୍ନତ ଚିକିତ୍ସା ଲାଗି ଲଣ୍ଡନ ଯିବାର ଯୋଜନା ଥିଲା ମାତ୍ର ତାଙ୍କ ନାଁ ନୋ ଫ୍ଲାଏ ଲିଷ୍ଟରୁ ହଟାଯାଇ ନ ଥିବାରୁ ସେ ବିଦେଶ ଯାତ୍ରା କରିପାରୁ ନାହାନ୍ତି ତେଣୁ ସେ ଗୁରୁତର ହୋଇପଡ଼ିଥିବା ନଓ୍ବାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ୍‍ ଲିଗ୍‍- ନୱାଜ(ପିଏମଏଲ-ଏନ୍‍) ଅଭିଯୋଗ କରିଛି।
ସୂଚନା ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ନାମ ନୋ ଫ୍ଲାଏ ଲିଷ୍ଟରେ ରହିଥିବ ସେ ଦେଶ କିମ୍ବା ବିଦେଶରେ ବିମାନ ଯାତ୍ରା କରିପାରିବେ ନାହିଁ।
ଉଲ୍ଲେଖ ଯୋଗ୍ୟ, ଚୌଧୁରୀ ଚିନି କାରଖାନା ମାମଲାରେ ଅକ୍ଟୋବର ୧୨(ଶନିବାର) ନ୍ୟାସନାଲ ଏକାଉଣ୍ଟାବିଲିଟି ବ୍ୟୁରୋ(ଏନଏବି) ଦ୍ବାରା ଗିରଫ ହୋଇ ସରିଫ ଜେଲରେ ଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଦିନକୁ ଦିନ ତାଙ୍କର ଓଜନ ହ୍ରାସ ହେବାରେ ଲାଗିଲା । ତେଣୁ ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ୬୯ ବର୍ଷିୟ ନୱାଜ ଜାମିନ ଆବେଦନ କରିଥିଲେ। ହେଲେ ପ୍ରଥମେ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଥିବା ବେଳେ ପରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories