www.samajalive.in
Monday, December 8, 2025
14.1 C
Bhubaneswar

ମୋଦୀଙ୍କୁ ନବୀନଙ୍କ ୫ ପ୍ରସ୍ତାବ: ଲକ୍ଡ଼ାଉନ ନେଇ ଜାତୀୟ ନୀତି, ଅର୍ଥନୀତିର ଦୃଢ଼ୀକରଣ, ତଳସ୍ତରରେ କ୍ଷମତାର ବିକେନ୍ଦ୍ରୀକରଣ

ଭୁବନେଶ୍ବର: ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ କେଇଦିନ ବାକିଥିବାବେଳେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ତୃତୀୟ ପର୍ଯ୍ୟାୟ ପରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ କାର୍ଯ୍ୟକାରୀ ହେବ କି ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତ ଲୋଡ଼ିଛନ୍ତି । ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡ଼ାଉନ ବୃଦ୍ଧି ପାଇଁ ମତ ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଡ଼ାଉନ ସମ୍ପର୍କରେ ଏକ ଜାତୀୟ ନୀତି ପ୍ରଣୟନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି ୫ ପ୍ରସ୍ତାବ । ଲକଡାଉନ୍ ନେଇ ବିଭିନ୍ନ ରାଜ୍ୟ ଭିନ୍ନଭିନ୍ନ ନିୟମ ପ୍ରଣୟନ କରୁଛନ୍ତି । ଏହି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏ  ସଂପର୍କରେ ଜାତୀୟ ନୀତି ନିର୍ଦ୍ଧାରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେହିପରି   ଅର୍ଥନୀତିକୁ ପୁଣି ଦୃଢ଼ ସ୍ଥିତିକୁ ଫେରାଇ ଆଣିବା ନିମନ୍ତେ  ଜାତୀୟ ସ୍ତରରେ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) କେନ୍ଦ୍ର ସରକାର ଆଣିବା ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି । ଏହା ଜାତୀୟ ଓ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବ ବୋଲି ଉଳ୍ଲେଖ କରି ମୁଖ୍ୟମନ୍ତ୍ରୀ  ଯୋଜନା ଗୁଡିକର ଅଧିକ ଉନ୍ନତୀକରଣ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି ।

- Advertisement -

ଅନ୍ୟପକ୍ଷରେ କରୋନା ମୁକାବିଲା କ୍ଷେତ୍ରରେ ତଳସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ସାମିଲ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳସ୍ତରରେ କୋବିଦ ମୁକାବିଲା କରାଯାଇ ନ ପାରିଲେ ଏହାକୁ ରୋକିବା ସମ୍ଭବ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି ।

ପୁନର୍ବାର ନବୀନ ବିଭିନ୍ନ ଜୋନ୍ ନିର୍ଧାରଣ ସମୟରେ ଜିଲା ପରିବର୍ତ୍ତେ ନିର୍ଦିଷ୍ଟ ଅଞ୍ଚଳକୁ ଜୋନ୍ ଭାବରେ ପରିଗଣିତ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି । ଛୋଟଛୋଟ ଅଞ୍ଚଳକୁ ନେଇ ଜୋନ୍ ଗଠନ କରାଯିବା ସହ ସ୍ଥାନୀୟ ପ୍ରଶାସନକୁ ଏହାର ଦାୟିତ୍ବ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ  ରେଳଚଳାଚଳକୁ ଅଧିକ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories