www.samajalive.in
Saturday, December 6, 2025
23.1 C
Bhubaneswar

ଆଶ୍ୱସ୍ତି ; ବିଜେଡି ସଭାପତି ନବୀନଙ୍କ ଚିଠି ପ୍ରଭାବ, ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି..

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି । ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଛାଡିଛନ୍ତି । ରାଜ୍ୟରେ ଅହେତୁକ ଭାବେ ଆଳୁ ଦର ବୃଦ୍ଧି ସଭିଁଙ୍କ ଚିନ୍ତାର କାରଣ ପାଲଟିଥିଲା । ଆଳୁ ଦର ବୃଦ୍ଧି ପରେ ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୬ ତାରିଖରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଥିଲେ । ଏହାପରେ ଶନିବାର ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଛାଡିଥିବା ଜଣାପଡିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ପରେ ଆଳୁ ଗାଡ଼ି ଛାଡ଼ିଛି ପଶ୍ଚିମବଙ୍ଗ, ନବୀନଙ୍କ ଚିଠିର ପ୍ରଭାବ ପଡ଼ିଛି ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।
ସୂଚନା ଯୋଗ୍ୟ,ରାଜ୍ୟରେ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ କିଲୋଗ୍ରାମ ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ କୌଣସି ଦୋକାନୀ ବିକ୍ରି କରିପାରିବେନି ବୋଲି ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ଅଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ସେଥିପ୍ରତି କାହାର ନଜର ନଥିଲା।

ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

- Advertisement -

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଳୁ ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ରରେ ନବୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରିଥିଲେ। ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ତେଣୁ ସେ ଦୃଷ୍ଟିରୁ କିଭଳି ଆଳୁ ଦର ହ୍ରାସ ପାଇବ ଓ ଓଡିଶାକୁ ଆଳୁ ଆସିପାରିବ, ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ମମତାଙ୍କୁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋ ନବୀନ। ଉଭୟ ରାଜ୍ୟ ମଧ୍ୟ ସାଂସ୍କୃତିକ ସମ୍ପର୍କ ଅତି ନିବିଡ଼ ତେଣୁ ସାଧାରଣ ଲୋକେ ଯେଭଳି ଆଳୁ ପାଇଁ ଅସୁବିଧାରେ ନ ପଡନ୍ତି, ସେ ନେଇ ବିଚାର କରିବାକୁ ନବୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ।

ମହଙ୍ଗା ପଡିଲା ଖେଳ; ଭିଡିଓରେ ଦେଖନ୍ତୁ ,ନାଗସାପକୁ ୧ ଘଣ୍ଟା ଚିଡାଇବା ପରେ..

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories