www.samajalive.in
Saturday, December 6, 2025
23.1 C
Bhubaneswar

ମହଙ୍ଗା ପଡିଲା ଖେଳ; ଭିଡିଓରେ ଦେଖନ୍ତୁ ,ନାଗସାପକୁ ୧ ଘଣ୍ଟା ଚିଡାଇବା ପରେ..

ନୂଆଦିଲ୍ଲୀ : ସାପକୁ ଦେଖିଲେ ଭୟ ଲାଗିବା ସାଧାରଣ କଥା । ବିଶେଷ କରି ବର୍ଷା ଦିନେ ଅଧିକାଂଶ ସ୍ଥାନରେ ସାପ ଦେଖା ଯାଆନ୍ତି । କେତେକ ସମୟରେ କିଛି ଅସାବଧାନତା କାରଣରୁ ଲୋକେ ସାପ ଦଂଶନର ଶିକାର ହୋଇଥାଆନ୍ତି । ମାତ୍ର ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ମୁଣ୍ଡରେ ହାତ ଦେବେ । ଘଟଣାଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି ।
ଆନ୍ଧ୍ରପ୍ରଦେଶରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ବିଷାକ୍ତ ନାଗ ସାପକୁ ଚିଡାଇବା ମହଙ୍ଗା ପଡିଛି । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥିବା ସହ ଏକ କଲେଜ ପରିସରରେ ସାପକୁ ଦେଖି ତାକୁ ଧରିଥିଲେ । ସାପଟି ନିକଟରେ ଥିବା ବୁଦାକୁ ପଳାଇବାକୁ ଚେଷ୍ଟା କରୁଥିଲା । ମାତ୍ର ବ୍ୟକ୍ତି ଜଣକ ତାକୁ ଯିବାକୁ ଦେଇନଥିଲେ ।


ନିକଟରେ ଥିବା ସ୍ଥାନୀୟ ଗ୍ରାମବାସୀ ବ୍ୟକ୍ତି ଜଣଙ୍କୁ ଚେତାବନୀ ଦେବା ପରେ ମଧ୍ୟ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅସାବଧାନତା ସହ ସାପ ସହ ଖେଳିଥିଲେ । କିଛି ସମୟ ପରେ ସାପଟି ବ୍ୟକ୍ତି ଜଣଙ୍କୁ ଦଂଶନ କରିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଶ୍ରାବଣ ଶନିବାର : ଏହି ଉପାୟରେ ଶନି ଦୋଷ ଠାରୁ ଆରମ୍ଭ କରି ଦୂର ହେବ ବିବାହ, ଧନ ଅଭାବ ସମସ୍ୟା..

- Advertisement -

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories