ଭୁବନେଶ୍ୱର: ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିବା ମାତ୍ରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ। ୨୪ ନିର୍ବାଚନରେ ଦୁଇଟି ଆସନରୁ ଲଢିଥିଲେ ନବୀନ ପଟ୍ଟନାୟକ। ହିଞ୍ଜିଳୁ ବିଜୟ ହାସଲ କରିଥିବା ବେଳେ କଣ୍ଟାବାଞ୍ଜି ଆସନରୁ କିନ୍ତୁ ପରାଜିତ ହେବାକୁ ପଡିଥିଲା।
Popular Categories



