ରାଜ୍ୟରେ ୫୪% ଲୋକଙ୍କ ପସନ୍ଦ ନବୀନ

0

ନୂଆଦିଲ୍ଲୀ : ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ସରକାର ଚଳାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ୫୪% ଭୋଟର ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚୁହୁଁଛନ୍ତି। ଇଣ୍ଡିଆ ଟୁଡେର ‘ରାଜନୈତିକ ଷ୍ଟକ ଏକ୍ସଚେଞ୍ଜ (ପିଏସ୍‍ଇ)’ ଏହାର ଜନମତ ସର୍ଭେ ରିପୋର୍ଟରେ ଏହା ପ୍ରକାଶ କରିଛି। ପୂର୍ବରୁ ଅନୁଷ୍ଠିତ ଏକ ସର୍ଭେରେ ନବୀନଙ୍କୁ ୫୯% ସମର୍ଥନ ମିଳିଥିବାବେଳେ ଏଥର ୫୪% ସମର୍ଥନ ମିଳିଛି। ୨୪% ଭୋଟରଙ୍କ ସମର୍ଥନ ସହିତ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦ୍ୱିତୀୟ ପସନ୍ଦ ପାଲଟିଛନ୍ତି। ବିଜେଡି ସରକାରର ପ୍ରଦର୍ଶନରେ ୨୯% ଭୋଟର ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ୨୩% ସମ୍ପୂର୍ଣ୍ଣ ସନ୍ତୋଷ ବୋଲି କହିଛନ୍ତି। ସେହିଭଳି ଏହି ସରକାରର କାର୍ଯ୍ୟଧାରାରେ ୨୨% ଅଂଶଗ୍ରହଣକାରୀ ଅସନ୍ତୋଷ ଏବଂ ୧୬% ଅତ୍ୟନ୍ତ ଅସନ୍ତୁଷ୍ଟ ବୋଲି କହିଛନ୍ତି। ଟେଲିଫୋନ ମାଧ୍ୟମରେ ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀର ୮,୩୬୫ ଜଣ ଲୋକଙ୍କ ମତାମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି ପିଏସ୍‍ଇ।
କାହାକୁ କେତେ?
ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀ
ଓଡ଼ିଶା ୫୭% ୨୩%
ବିହାର ୬୦% ୨୮%
ଝାଡ଼ଖଣ୍ଡ ୫୯% ୨୮%

Leave A Reply