www.samajalive.in
Monday, December 15, 2025
16.1 C
Bhubaneswar

ବିକ୍ରମ ପଣ୍ଡା ଗିରଫ ନେଇ ମୁହଁ ଖୋଲୁନାହାନ୍ତି ନବୀନ

ଭୁବନେଶ୍ବର, ୨୪ା୧୦ (ନି.ପ୍ର): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡିର ପୂର୍ବତନ ସଭାପତି ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି। ବିକ୍ରମଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଥିବା ଅଭିଯୋଗ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ବ୍ରହ୍ମପୁର‌େ‌ର ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ କରାଯାଇଛି। ଦଳର ବହୁ ରାଜ୍ୟସ୍ତରୀୟ ନେତା ଏହି ବିକ୍ଷୋଭରେ ସାମିଲ ହୋଇ ବିକ୍ରମଙ୍କ ସହ ଦଳ ଦୃଢ଼ ଭାବେ ଛିଡ଼ା ହୋଇଥିବା ବାର୍ତ୍ତା ଦେଇଛନ୍ତି। ଅନ୍ୟପକ୍ଷରେ ବିକ୍ରମଙ୍କ ଗିରଫ ପ୍ରସଙ୍ଗରେ ଏଯାଏଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁହଁ ଖୋଲିନାହାନ୍ତି। ଦଳର ଜଣେ ବରିଷ୍ଠ ନେତା ତଥା ଜିଲା ସଭାପତିଙ୍କୁ ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ କରାଯାଇଥିବାବେଳେ ରାଜ୍ୟ ସଭାପତି ହୋଇ ନବୀନ ନିରବ ରହିବା ଚର୍ଚ୍ଚାର ବିଷୟ ହୋଇଛି।

ବିକ୍ରମଙ୍କୁ ପୁଲିସ ଗିରଫ କରିବା ଦିନଠାରୁ ଦଳୀୟ ନେତା ତାଙ୍କ ସପକ୍ଷରେ ବାହାରିଛନ୍ତି। ଏପର୍ଯ୍ୟନ୍ତ ଦଳ ବିକ୍ରମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ବିକ୍ରମଙ୍କ ଗିରଫକୁ ଦଳ ଷଡ଼ଯନ୍ତ୍ରର ଆଖ୍ୟା ଦେଉଥିବାରୁ ତାଙ୍କୁ ଦଳ ନିଲମ୍ବନ କିମ୍ବା ବହିଷ୍କାର କରିବା ପ୍ରଶ୍ନ ଏବେ ଉଠୁନି। ଅନ୍ୟପକ୍ଷରେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ତାରକା ପ୍ରଚାରକ ତାଲିକାରେ ଥିଲେ ବିକ୍ରମ। ୪୦ ଜଣିଆ ତାଲିକାର ୨୬ ନମ୍ବରରେ ଥିଲା ତାଙ୍କ ନାମ। ସେ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥାନ୍ତେ। ହେଲେ ଏହାପୂର୍ବରୁ ସେ ଗିରଫ ହୋଇଛନ୍ତି। ବିକ୍ରମଙ୍କ ଗିରଫ ପ୍ରତିବାଦରେ ଦଳୀୟ ନେତା ତୁମ୍ବିତୋଫାନ କରୁଥିବାବେଳେ ସଭାପତି କାହିଁକି ନିରବ ଅଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ବିଗତ କିଛିଦିନ ହେଲା ମହିଳା ନିର୍ଯାତନାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ନବୀନ ସାମାଜିକ ଗଣମାଧ୍ୟମରେ ନିଜର ମତ ରଖି ଆସୁଛନ୍ତି। ପ୍ରତିଟି କଥାରେ ସରକାରଙ୍କୁ ନିଶାଣ କରୁଛନ୍ତି। ହେଲେ ବିକ୍ରମଙ୍କ ପ୍ରସଙ୍ଗରେ ନବୀନ ଏପର୍ଯ୍ୟନ୍ତ ଧାଡ଼ିଏ ବାର୍ତ୍ତା ରଖି ନାହାନ୍ତି।

- Advertisement -

 

 

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories