www.samajalive.in
Monday, November 17, 2025
17.1 C
Bhubaneswar

ସୁନ୍ଦରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ: ୧୦ ମାସରେ ୧୫୬୪ ଆକ୍ରାନ୍ତ, ୨ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାରେ ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ ପୋକ। ଜାନୁଆରୀରୁ ଅକ୍ଟୋବର ୨୨ ତାରିଖ ସୁଦ୍ଧା ଏହି ଜିଲାରେ ୭୩୫୮ ଜଣଙ୍କ ରକ୍ତ ପରୀକ୍ଷାରୁ ୧୫୬୪ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଛି। ମୃତକଙ୍କ ମଧ୍ୟରୁ ଜଣେ ବଡ଼ଗାଁ ବ୍ଲକ ସା​‌େଲପାଲିର ଚାଷୀ କୈଳାସ ସାହୁ ଓ ଅନ୍ୟ ଜଣେ ରାଉରକେଲା ସହରାଞ୍ଚଳର ବୋଲି ଜଣାପଡ଼ିଛି। କେବଳ କୃଷି କ୍ଷେତ୍ରରେ ଏହି ପୋକ କାମୁଡ଼େ ବୋଲି ଧାରଣା ଥିବାବେଳେ ରାଉରକେଲା ସହରାଞ୍ଚଳରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୁନ୍ଦରଗଡ଼ ଜିଲାର ସମସ୍ତ ୧୭ ବ୍ଲକ ଓ ୪ ପୌରାଞ୍ଚଳରେ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି।

ଜିଲା ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗତ ଜାନୁଆରୀରେ ୩୯୧ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଫେବୃଆରୀରେ ୩୩୬ ଜଣଙ୍କ ମଧ୍ୟରୁ ୨୦, ମାର୍ଚ୍ଚରେ ୩୧୭ରୁ ୨୫, ଏପ୍ରିଲରେ ୨୫୮ରୁ ୨୩, ମେ ମାସରେ ୩୨୧ରୁ ୨୮, ଜୁନରେ ୪୦୫ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ବର୍ଷା ଋତୁରେ ରୋଗୀ ସଂଖ୍ୟା ବଢ଼ିଛି। ଗତ ଜୁଲାଇରେ ୭୬୮ ଜଣକ ମଧ୍ୟରୁ ୧୭୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଅଗଷ୍ଟରେ ୧୯୧୧ ଜଣଙ୍କ ମଧ୍ୟରୁ ୫୫୮, ସେପ୍ଟେମ୍ବରରେ ୧୫୯୭ ଜଣଙ୍କ ମଧ୍ୟରୁ ୩୮୩ ଓ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୧୦୫୪ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୨୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ୭୩୫୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥିରୁ ୧୫୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଉରକେଲା ସହରାଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ଅନ୍ୟ ସ୍ଥାନ ତୁଳନାରେ ଅଧିକ ଅଛି। ରାଉରକେଲାରେ ପଜିଟିଭଙ୍କ ସଂଖ୍ୟା ୨୧୫ ଥିବାବେଳେ ସୁନ୍ଦରଗଡ଼ ସହରାଞ୍ଚଳରେ ୧୬୯, ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଞ୍ଚଳରେ ୧୪୬, ଲାଠିକଟା ବ୍ଲକରେ ୧୩୮, ଟାଙ୍ଗରପାଲି ବ୍ଲକରେ ୧୩୦, ବିଶ୍ରା ବ୍ଲକରେ ୯୪, ସବଡେଗାରେ ୮୨, କୁଆଁରମୁଣ୍ଡାରେ ୭୨, ଲେଫ୍ରିପଡ଼ାରେ ୬୨, ବାଲିଶଙ୍କରାରେ ୬୨, ବଡ଼ଗାଁରେ ୫୪, ନୂଆଗାଁରେ ୪୭, ରାଜଗାଙ୍ଗପୁରରେ ୩୭, ହେମଗିରରେ ୨୯, କୁତ୍ରାରେ ୨୭, ବଣାଇରେ ୨୦, ଲହୁଣୀପଡ଼ା ରେ ୧୮, କୋଇଡ଼ାରେ ୧୧ ଓ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୦ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

ଏହି ପ୍ରସଙ୍ଗର ଅନ୍ୟ ଏକ ଉଦବେଗଜନକ ଦିଗ ହେଉଛି, ଅନ୍ୟ ଜିଲାର ୫୭ ଜଣ ଓ ଅନ୍ୟ ରାଜ୍ୟର ୮୪ ଜଣ ସ୍କ୍ରବ ଟାଇଫସ ରୋଗୀ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲାର ୩୨ ଜଣ, ସମ୍ବଲପୁର ଜିଲାର ୨୨ ଜଣ ଓ ଦେବଗଡ଼ ଜିଲାର ୩ ଜଣ ରୋଗୀ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଚିକିତ୍ସାଳୟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ୬୩ ଓ ଛତିଶଗଡ଼ର ୨୧ ଜଣ ସ୍କ୍ରବ ଟାଇଫସ ରୋଗୀ ମଧ୍ୟ ଏହି ଜିଲାର ବିଭିନ୍ନ ଚିକିତ୍ସାଳୟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସୁରେଶ ମହାନ୍ତି କହିଛନ୍ତି ଯେ ରାଉରକେଲା, ସୁନ୍ଦରଗଡ଼, ମଝାପଡ଼ା, ଲାଠିକଟା ଓ ଟାଙ୍ଗରପାଲି ଅଞ୍ଚଳରେ ସ୍କ୍ରବ ଟାଇଫସ ରୋଗୀ ସଂଖ୍ୟା ଅଧିକ। ସମଗ୍ର ଜିଲାରେ ଏହି ପୋକର ପ୍ରକୋପ ଦେଖାଦେଇଛି। ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିଛି। ସବୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ନିର୍ଦେଶ ଦିଆଯାଇଛି ବୋଲି ଡା. ମହାନ୍ତି କହିଛନ୍ତି।

Hot this week

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

Related Articles

Popular Categories