କେମିକାଲ ଯୁକ୍ତ ମାଉଥୱାସ ଛାଡନ୍ତୁ ! ଘରେ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ମାଉଥୱାସ

0

ବଜାରରେ ମିଳୁଥିବା ମାଉଥୱାସ କେମିକାଲ ଯୁକ୍ତ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ । ଏବେ ଆପଣଙ୍କୁ ବଜାରରେ ମିଳୁଥିବା ମାଉଥୱାସ କିଣିବା ଆବଶ୍ୟକ ପଡିବ ନାହିଁ । ସହଜ ଉପାୟରେ ମାଉଥୱାସ ଘରେ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ପ୍ରସ୍ତୁତ କରିବାର ସରଳ ଉପାୟ…….

୧. ଡାଲଚିନି ଓ ଲବଙ୍ଗରୁ ପ୍ରସ୍ତୁତ ମାଉଥୱାସ: ଏକ କପ୍ ପାଣିରେ ୧୦ରୁ ୧୫ ଡାଲଚିନି ଓ ଲବଙ୍ଗ ତେଲ ବୁନ୍ଦା ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପ୍ରାକୃତିକ ମାଉଥୱାସ । ଏହାକୁ ବହୁତ ସମୟ ଧରି ଷ୍ଟୋର କରି ରଖିପାରିବେ । ଏହା ପାଟିର ଦୁର୍ଗନ୍ଧ ଦୂର କରିବା ସହ ଦାନ୍ତ ପୋକ ଖାଇବାରୁ ମଧ୍ୟ ରକ୍ଷାପାଏ ।

୨. ଏକ ଚାମଚ ବେକିଙ୍ଗ୍ ସୋଡା ଓ ୮ରୁ ୯ ପୁଦିନା ପତ୍ର ସହ ଟି-ଟ୍ରି ତେଲ ଦୁଇ ବୁନ୍ଦା ନେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଏକ ବୋତଲରେ ଷ୍ଟୋର କରି ରଖନ୍ତୁ । ଏହାକୁ ବ୍ୟବହାର କରିବା ସମୟରେ ବୋତଲଟିକୁ ହଲେଇ ଦିଅନ୍ତୁ ବା ଫେଣ୍ଡି ଦିଅନ୍ତୁ ।

୩. ଧନିଆ ଓ ପୋଦିନା ପତ୍ରର ମାଉଥୱାସ: ଦୁଇ ଚାମଚ ଧନିଆ ରସ ଓ ଦୁଇ ଚାମଚ ପୋଦିନା ରସ ସହ ଏକ କପ୍ ପାଣି ମିଶାଇ  ଦୁଇ ମିନିଟ୍ ଏହାକୁ ଫେଣ୍ଟି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଧନିଆ ଓ ପୋଦିନା ମାଉଥୱାସ । ଏଥିରୁ ଏକ ଚାମଚ ନେଇ ନିୟମିତ କୁଳି କଲେ ପାଟି ଦୁର୍ଗନ୍ଧରୁ ମୁକ୍ତି ପାଏ । ଆପଣ ଚାହିଁଲେ  ଧନିଆ ଓ ପୋଦିନା ପତ୍ର ବ୍ୟବହାର କରିପାରିବେ ଓ ପରେ ଛାଣି ଦେବେ ।

Leave A Reply