ପ୍ରାକୃତିକ ଉପାୟରେ କେଶ ରଙ୍ଗ
କେମିକାଲ ହେୟାର କଲର ଏବର ଅନ୍ୟତମ ମୁଖ୍ୟ ଟ୍ରେଣ୍ଡ ହୋଇଛି। କଲେଜପଢ଼ୁଆ ଯୁବତୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳା, ଏପରିକି ପ୍ରୌଢ଼ାମାନେ ମଧ୍ୟ ହେୟାର କଲର କରୁଥିବାର ଦେଖାଯାଉଛି। ତେବେ କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କେଶକୁ ରଙ୍ଗ କରିପାରିବେ। ଏହା ବେଶ୍ ସୁରକ୍ଷିତ ଓ ସହଜରେ ପ୍ରସ୍ତୁତ କରିହେବ। କେଶକୁ ପ୍ରାକୃତିକ ଉପାୟରେ ରଙ୍ଗ କରିବା ନିମନ୍ତେ ପ୍ରମୁଖ ଆବଶ୍ୟକ ସାମଗ୍ରୀ ହେଉଛି ଲେମ୍ବୁ।
କେଶର ଲମ୍ବ ଅନୁସାରେ ୪ ରୁ ୫ଟି ଲେମ୍ବୁ ନିଅନ୍ତୁ। ଏବେ ସେହି ଲେମ୍ବୁରୁ ରସ ବାହାର କରି ଲେମ୍ବୁ ଚୋପାକୁ ୨କପ୍ ପାଣିରେ ୨୦ ମିନିଟ୍ ଫୁଟାଇବେ। ଏବେ ସେହି ପାଣିକୁ ଥଣ୍ଡା କରି ତାହାକୁ ଏକ ବୋତଲରେ ରଖି ସେଥିରେ ଲେମ୍ବୁରସ ମିଶାନ୍ତୁ। ତୁଳାରେ ଏହି ପାଣିକୁ ନେଇ କେଶର ରଙ୍ଗ କରିବାକୁ ଚାହୁଁଥିବା ଭାଗରେ ଲଗାନ୍ତୁ। ଭଲଭାବରେ ଲଗାଇବା ପରେ ଖରାରେ ୧୦ ମିନିଟ୍ ବସିବେ। ଏବେ କେଶକୁ ଶ୍ୟାମ୍ପୁ କରି କଣ୍ଡିସିନିଂ କରିନିଅନ୍ତୁ। କୌଣସି ପାର୍ଟି କିମ୍ବା ଉତ୍ସବରେ ଯୋଗ ଦେବା ପୂର୍ବରୁ ଏହି ପ୍ରକ୍ରିୟାରେ କେଶ ରଙ୍ଗ କରନ୍ତୁ।