www.samajalive.in
Sunday, December 7, 2025
23.1 C
Bhubaneswar

ଜାତୀୟ ସବ୍‌ଜୁନିୟର ବାଳିକା ଫୁଟବଲ:ଓଡ଼ିଶା ଉପବିଜେତା

କଟକ : ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ସବ୍‌ ଜୁନିୟର ବାଳିକା ଫୁଟବଲ ଚମ୍ପିଆନସିପ୍‌-୨୦୨୪ରେ ଓଡ଼ିଶା ରନର୍ସଅପ ହୋଇଛି। ମଙ୍ଗଳବାର ଖେଳାଯାଇଥିବ​‌ା ଫାଇନାଲରେ ମଧ୍ୟପ୍ରଦେଶ ୧-୨ ଗୋଲରେ ଓଡ଼ିଶାକୁ ପରାସ୍ତ କରି ଚମ୍ପିଆନ୍‌ ହୋଇଛି। ଓଡ଼ିଶା ପକ୍ଷରୁ ପୂଜା ଓରାମ ୧୨ ମିନିଟ୍‌ରେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ।

୩୩ ମିନିଟ୍‌ରେ ମଧ୍ୟପ୍ରଦେଶ ପକ୍ଷରୁ ସୋମନି ଦୁରିଆ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଖେଳ ୧-୧ ଗୋଲ ବରାବରରେ ଶେଷ ହୋଇଥିଲା। ୬୯ ମିନିଟ୍‌ରେ ଓଡ଼ିଶା ଆତ୍ମଘାତୀ ଗୋଲ ବରଣ କରିଥିଲା। କୁନ୍ଦନବାଗ ଅମ୍ବାଳିକାଙ୍କ ଆତ୍ମଘାତୀ ଗୋଲ ବଳରେ ମଧ୍ୟପ୍ରଦେଶ ୨-୧ ଗୋଲରେ ଆଗୁଆ ରହିଥିଲା। ଓଡ଼ିଶା ଗୋଲ ବରାବର କରିବାକୁ ​‌େ​‌ଶଷ ମିନିଟ୍‌ ପର୍ଯ୍ୟନ୍ତ ଉଦ୍ୟମ କରି ବିଫଳ ହୋଇଥିଲା।

- Advertisement -

ରନର୍ସଅପ ଓଡ଼ିଶା ଦଳକୁ ଫାଓ ସଭାପତି ସମୀର ଦେ, ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ କର୍ମକର୍ତ୍ତାମ​‌ାନେ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories